ସୂର୍ଯ୍ୟପରାଗ ସମୟରେ ଏସବୁ କାର୍ଯ୍ୟ ମନା; ତା’ପୂର୍ବରୁ ଓ ପରେ କରନ୍ତୁ ଏସବୁ କାମ

ନୂଆଦିଲ୍ଲୀ: ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଆଜି ହେବ। ଏହା ଆଂଶିକ ସୂର୍ଯ୍ୟପରାଗ ହେବ। ଏହାର ଅବଧି ୩ ଘଣ୍ଟା ୨୮ମିନିଟ୍‌ ରହିବ। ଭାରତୀୟ ସମୟାନୁସାରେ ଏହା ଦିନ ୧ଟା ୩୨ମିନିଟ୍‌ରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିବ। ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ପରି ସୂର୍ଯ୍ୟପରାଗ ସମୟରେ କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ। ତେଣୁ ଆଜି ସୂର୍ଯ୍ୟପରାଗ ସମୟରେ ଆପଣ କ’ଣ କରିବେ ନାହିଁ ସେ ବିଷୟରେ ଜାଣନ୍ତୁ। ତା’ସହିତ ସୂର୍ଯ୍ୟପରାଗ ପୂର୍ବରୁ ଓ […]

solar

solar

Ordigital Desk
  • Published: Saturday, 11 August 2018
  • Updated: 11 August 2018, 07:26 AM IST

Sports

Latest News

ନୂଆଦିଲ୍ଲୀ: ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଆଜି ହେବ। ଏହା ଆଂଶିକ ସୂର୍ଯ୍ୟପରାଗ ହେବ। ଏହାର ଅବଧି ୩ ଘଣ୍ଟା ୨୮ମିନିଟ୍‌ ରହିବ। ଭାରତୀୟ ସମୟାନୁସାରେ ଏହା ଦିନ ୧ଟା ୩୨ମିନିଟ୍‌ରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିବ।

ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ପରି ସୂର୍ଯ୍ୟପରାଗ ସମୟରେ କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ। ତେଣୁ ଆଜି ସୂର୍ଯ୍ୟପରାଗ ସମୟରେ ଆପଣ କ’ଣ କରିବେ ନାହିଁ ସେ ବିଷୟରେ ଜାଣନ୍ତୁ। ତା’ସହିତ ସୂର୍ଯ୍ୟପରାଗ ପୂର୍ବରୁ ଓ ଏହା ପରେ କ’ଣ କରିବା ଉଚିତ୍, ସେ ବିଷୟରେ ମଧ୍ୟ ଜାଣନ୍ତୁ।

ସୂର୍ଯ୍ୟପରାଗ ପୂର୍ବରୁ ଏହି ୩ଟି କାମ କରନ୍ତୁ

୧) ଘରେ ଯଦି କ୍ଷୀର ବା ଦହି ଜାତୀୟ କିଛି ଖାଦ୍ୟ ଅଛି, ତେବେ ସୂର୍ଯ୍ୟପରାଗ ପୂର୍ବରୁ ସେଥିରେ ତୁଳସୀ ପତ୍ର ପକାଇ ରଖନ୍ତୁ। କୁହାଯାଏ, ଏପରି କରିବା ଦ୍ୱାରା ଏହି ଖାଦ୍ୟରେ ଏହାର ପ୍ରଭାବ ପଡ଼େ ନାହିଁ।

୨) ସୂର୍ଯ୍ୟପରାଗ ପୂର୍ବରୁ ଖାଦ୍ୟ ଖାଇ ନିଅନ୍ତୁ। ବଳକା ଖାଦ୍ୟକୁ ଫିଙ୍ଗି ଦିଅନ୍ତୁ।

୩) ବିଶ୍ରାମ ନେବାକୁ ଚାହୁଁଥିଲେ ସୂର୍ଯ୍ୟପରାଗ ପୂର୍ବରୁ ବିଶ୍ରାମ ନିଅନ୍ତୁ।

ସୂର୍ଯ୍ୟପରାଗରେ ଏସବୁ କାମ କରନ୍ତୁ ନାହିଁ

୧) ମୂର୍ତ୍ତି ପୂଜା କରନ୍ତୁ ନାହିଁ।

୨) ସୂର୍ଯ୍ୟପରାଗ ସମୟରେ ତୁଳସୀ ପତ୍ରକୁ ଛୁଅନ୍ତୁ ନାହିଁ।

୩) ରୋଷେଇ କରନ୍ତୁ ନାହିଁ କି ଖାଦ୍ୟ ଖାଆନ୍ତୁ ନାହିଁ।

୪) ଏହି ସମୟରେ ଶୁଅନ୍ତୁ ନାହିଁ।

ସୂର୍ଯ୍ୟପରାଗ ପରେ କରନ୍ତୁ ଏହି ୩ଟି କାମ

୧) ସୂର୍ଯ୍ୟପରାଗ ସରିବା ପରେ ସର୍ବପ୍ରଥମେ ଗାଧାନ୍ତୁ।

୨) ତୁଳସୀ ଚଉରାରେ ଗଙ୍ଗା ଜଳ ଛିଞ୍ଚନ୍ତୁ।

୩) ଗରିବ ଲୋକଙ୍କୁ ଦାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos