୧୦ଟି ଏଫଡିଆଇ ପ୍ରସ୍ତାବକୁ ମଂଜୁରୀ, ନିବେଶ ହେବ ୧୬୭୫ କୋଟି

ନୂଆଦିଲ୍ଲୀ: ୧୦ଟି ବିଦେଶୀ ପୁଞ୍ଜିନିବେଶ ବା ଏଫଡିଆଇ ପ୍ରସ୍ତାବ ଉପରେ ସରକାର ମୋହର ମାରିଛନ୍ତି।  ଏହା ଦ୍ୱାରା ଦେଶରେ ୧,୬୭୫.୧୫ କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ହୋଇପାରିବ। ଏ ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରୋମୋସନ୍ ବୋର୍ଡ ବା ଏଫଆଇପିବିର ସୁପାରିଶ ଆଧାରରେ ଏହି ମଂଜୁରୀ ଦିଆଯାଇଛି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ୍ ସିଙ୍ଗାପୁରର ନିକେଲୋଡିଓନ୍ ଏସିଆ ହୋଲଡିଂ କଂପାନୀର ଆବେଦନକୁ […]

fdi

fdi

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 05:18 PM IST

Sports

Latest News

ନୂଆଦିଲ୍ଲୀ: ୧୦ଟି ବିଦେଶୀ ପୁଞ୍ଜିନିବେଶ ବା ଏଫଡିଆଇ ପ୍ରସ୍ତାବ ଉପରେ ସରକାର ମୋହର ମାରିଛନ୍ତି।  ଏହା ଦ୍ୱାରା ଦେଶରେ ୧,୬୭୫.୧୫ କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ହୋଇପାରିବ। ଏ ସଂପର୍କରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରୋମୋସନ୍ ବୋର୍ଡ ବା ଏଫଆଇପିବିର ସୁପାରିଶ ଆଧାରରେ ଏହି ମଂଜୁରୀ ଦିଆଯାଇଛି। ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ୍ ସିଙ୍ଗାପୁରର ନିକେଲୋଡିଓନ୍ ଏସିଆ ହୋଲଡିଂ କଂପାନୀର ଆବେଦନକୁ ମଂଜୁରୀ ଦେଇଛନ୍ତି। ଏହି କଂପାନୀ ଭାରତରେ ୯୪୦.୫୦ କୋଟି ଟଙ୍କା ନିବେଶ କରିବ। କଂପାନୀ ପ୍ରିଜମ ଟିଭିର ୫୦% ଅଂଶଧନ ଅଧିଗ୍ରହଣ କରିବ ବୋଲି ଜଣାପଡ଼ିଛି। ସେହିଭଳି ଭାରତରେ ଟେଲିକମ୍ କ୍ଷେତ୍ରରେ ୬୨୦ କୋଟି ଟଙ୍କାର ନିବେଶ କରିବା ପାଇଁ ଏନଟିଟି କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ କରିଥିବା ଆବେଦନକୁ ମଂଜୁରୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos