୨୩ ହଜାରକୁ ଖସିବ ସୁନା ଦର

gold

ମୁମ୍ବାଇ: ମାସେ ଭିତରେ ସୁନା ଦର ୧୦ ଗ୍ରାମ ପ୍ରତି ୨୩ ହଜାର ଟଙ୍କା ତଳକୁ ଖସିବ ‍ବୋଲି ଆଶା କରାଯାଉଛି। ଆମେରିକାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୁଧହାର କମାଇ ଦିଆଯିବ ଓ ଡଲାରର ମୂଲ୍ୟ ବଢିଯାଇଥିବା ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି।

କମଟ୍ରେଣ୍ଡଜ୍ ରିସର୍ଚ୍ଚ ନିର୍ଦ୍ଦେଶକ ଜ୍ଞାନସେକର ତ୍ୟାଗରାଜନ କହିଛନ୍ତି ଯେ, ସୁନା ମୂଲ୍ୟ କମୁଛି। ସୁନା ମୂଲ୍ୟ ୨୩ ହଜାର ଅବା ୨୩ ହଜାର ୫୦୦କୁ ଖସିବ । କାରଣ ବଜାରର ସ୍ଥିତି ବର୍ତ୍ତମାନ ସେମିତି ରହିଛି । ସମସ୍ତଙ୍କ ନଜର ରହିଛି ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ଉପରେ। ଜୁଲାଇ ୨୯ ତାରିଖରେ ଏହି ବ୍ୟାଙ୍କ ଦର ବୃଦ୍ଧି ନେଇ ନିଷ୍ପତ୍ତି ନେବେ। ତେବେ ନିଷ୍ପତ୍ତି ଯାହା ହେଉ ନା କହିଁକି ସୁନାର ମୂଲ୍ୟ କମିବ।

ଶନିବାର ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୨୪,୭୫୩ ଟଙ୍କା ରହିଥିଲା। ଅନ୍ତଜାର୍ତୀୟ ବଜାରରେ ସୁନା ଦର ୧୦୯୭.୫୦ ଆମେରିକୀୟ ଡାଲାର ରହିଥିଲା।

Previous ArticleNext Article

Send this to a friend