ପୁରୁଣା ନୋଟ୍ ଅଚଳ ହେବା ପରେ ପୋଷ୍ଟ୍ ଅଫିସ୍‌ରେ ଜମା ହୋଇଛି ୩୨,୬୩୧ କୋଟି ଟଙ୍କା

postoffice

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଅଚଳ ହୋଇଯିବା ପରଠାରୁ ଏଯାବତ ଦେଶର ୧.୫୫ ଲକ୍ଷ ପୋଷ୍ଟ୍ ଅଫିସ୍‌ରେ ଲୋକେ ୩୨,୬୩୧ କୋଟି ଟଙ୍କା ଜମା କରିଛନ୍ତି।

ସେହିପରି ନଭେମ୍ବର ୧୦ରୁ ୨୪ ତାରିଖ ମଧ୍ୟରେ ପୋଷ୍ଟ୍ ଅଫିସ୍‌ ଗୁଡ଼ିକ ୩,୬୮୦ କୋଟି ଟଙ୍କାର ପୁରୁଣା ନୋଟ୍ ଗ୍ରହଣ କରି ନୂଆ ନୋଟ୍ ଦେଇଛନ୍ତି।

ଏହି ସମୟ ମଧ୍ୟରେ ପୋଷ୍ଟ୍ ଅଫିସ୍‌ରୁ ଜମାକାରୀମାନେ ୩,୫୮୩ କୋଟି ଟଙ୍କା ଉଠାଇଛନ୍ତି।

୧.୫୫ ଲକ୍ଷ ପୋଷ୍ଟ୍ ଅଫିସ୍ ମଧ୍ୟରୁ ୧.୩୦ ଲକ୍ଷ ଦେଶର ଗ୍ରାମାଞ୍ଚଳରେ ଥିବା ବେଳେ ୨୫,୦୦୦ ସହରାଞ୍ଚଳରେ ରହିଛି।

Previous ArticleNext Article

Send this to a friend