ଆସନ୍ତାକାଲିଠାରୁ ଏଟିଏମ୍‌ରୁ ଉଠାଇ ହେବ ୪,୫୦୦ ଟଙ୍କା

atm

ନୂଆଦିଲ୍ଲୀ: ବଢ଼ିଲା ଏଟିଏମ୍‌ରୁ ଦୈନିକ ଟଙ୍କା ଉଠାଣ ପରିମାଣ। ଆସନ୍ତାକାଲିଠାରୁ ଏଟିଏମ୍‌ରୁ ଦୈନିକ ସର୍ବାଧିକ ୪,୫୦୦ ଟଙ୍କା ଉଠାଇ ହେବ। ଗତକାଲି ବିଳମ୍ବିତ ରାତିରେ ଆର୍‌ବିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହି ସୀମା କାର୍ଡ ପିଛା ୨,୫୦୦ ଟଙ୍କା ଥିଲା। ତେବେ ବ୍ୟାଙ୍କରୁ ସପ୍ତାହିକ ଟଙ୍କା ଉଠାଣ ପରିମାଣରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ଜଣେ ସପ୍ତାହକୁ ବ୍ୟାଙ୍କରୁ ୨୪,୦୦୦ ଟଙ୍କା ଉଠାଇପାରିବେ।

Previous ArticleNext Article

Send this to a friend