କ୍ୟାସ୍‌ଲେସ୍ କମିଟି ବୈଠକରେ ରାଜ୍ୟର ଦୁର୍ବଳ ଡିଜିଟାଲ୍ ପେମେଣ୍ଟ୍ ଭିତ୍ତିଭୂମି କଥା ଉଠାଇଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଡିଜିଟାଲ୍ ପେମେଣ୍ଟ୍ ଭିତ୍ତିଭୂମି ଅତିମାତ୍ରାରେ ଦୁର୍ବଳ ଥିବା ନେଇ ଆଜି ସରକାରଙ୍କ ପକ୍ଷରୁ ଆଜି ଡିଜିଟାଲ୍ ପେମେଣ୍ଟ୍‌ ନେଇ ଗଠିତ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ କୁହାଯାଇଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ନୀତି ଆୟୋଗର ଉପାଧ୍ୟକ୍ଷ, ସ୍ୱତନ୍ତ୍ର ଆମମନ୍ତ୍ରିତ ସଦସ୍ୟ ଓ ଅନ୍ୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅର୍ଥ ସଚିବ ଯୋଗ ଦେଇଥିଲେ। ବୈଠକରେ […]

aditya prasad-padhi

aditya prasad-padhi

Rakesh Mallick
  • Published: Friday, 09 December 2016
  • Updated: 09 December 2016, 08:52 PM IST

Sports

Latest News

aditya prasad-padhiଭୁବନେଶ୍ୱର: ରାଜ୍ୟରେ ଡିଜିଟାଲ୍ ପେମେଣ୍ଟ୍ ଭିତ୍ତିଭୂମି ଅତିମାତ୍ରାରେ ଦୁର୍ବଳ ଥିବା ନେଇ ଆଜି ସରକାରଙ୍କ ପକ୍ଷରୁ ଆଜି ଡିଜିଟାଲ୍ ପେମେଣ୍ଟ୍‌ ନେଇ ଗଠିତ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ କୁହାଯାଇଛି।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ନୀତି ଆୟୋଗର ଉପାଧ୍ୟକ୍ଷ, ସ୍ୱତନ୍ତ୍ର ଆମମନ୍ତ୍ରିତ ସଦସ୍ୟ ଓ ଅନ୍ୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅର୍ଥ ସଚିବ ଯୋଗ ଦେଇଥିଲେ।

ବୈଠକରେ ଓଡ଼ିଶାରେ ଆବଶ୍ୟକ ବ୍ୟାଙ୍କ ଭିତ୍ତିଭୂମି ନ ଥିବା କଥା ଉଠାଇଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଥିଲେ ଯେ ରାଜ୍ୟରେ ୭୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ଗ୍ରାମ ପଞ୍ଚାୟତ ଗୁଡ଼ିକରୁ ଏକ ତୃତୀୟାଂଶରେ ବ୍ୟାଙ୍କିଙ୍ଗ୍ କରେସପଣ୍ଡେଣ୍ଟ୍ ସୁବିଧା ବି ନାହିଁ। ତେଣୁ ଓଡ଼ିଶା ଓ ଅନ୍ୟ ରାଜ୍ୟଗୁଡ଼ିକର ଏଭଳି ସ୍ଥାନ ଗୁଡ଼ିକରେ ପ୍ରଥମେ ବ୍ୟାଙ୍କ ଶାଖା ଖୋଲା ଯିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବା ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କିଙ୍ଗ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ୍ ସେବା ଯୋଗାଇ ଦେବା ପାଇଁ ବ୍ୟାଙ୍କ ଗୁଡ଼ିକ ତତ୍‌କ୍ଷଣାତ୍ ମୋବାଇଲ୍ ଭ୍ୟାନ୍ ଓ ଅସ୍ଥାୟୀ କାଉଣ୍ଟରର ବ୍ୟବସ୍ଥା କରିବା ଦରକାର। ଆଧାର କାର୍ଡକୁ ପାଥେୟ କରି କରାଯାଉଥିବା ପେମେଣ୍ଟ ବ୍ୟବସ୍ଥାକୁ ସକ୍ରିୟ କରାଯିବା ଉଚିତ୍।

ସେ ଆହୁରି କହିଥିଲେ, ରାଜ୍ୟର ଏକ ତୃତୀୟାଂଶ ଗାଁକୁ ମୋବାଇଲ୍ ସଂଯୋଗ ନାହିଁ। ୬୨୩୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୨୦୦୦ରୁ କମ୍ ପଞ୍ଚାୟତକୁ ଓୟାରଲାଇନ୍ ବ୍ରୋଡ୍‌ବ୍ୟାଣ୍ଡ ସେବା ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୫୦ ଗ୍ରାମ ପଞ୍ଚୟତକୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ପହଞ୍ଚି ପାରିଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଡିଜିଟାଲ୍ ପେମେଣ୍ଟ୍ ଭିତ୍ତିଭୂମି ଅତିମାତ୍ରାରେ ଦୁର୍ବଳ ରହିଛି। ବିଶେଷ କରି ଛୋଟ ସହର ଓ ଗ୍ରାମାଞ୍ଚଳଗୁଡ଼ିକରେ ଏହି ସମସ୍ୟା ରହିଛି। ଭାରତ ନେଟ୍ ପ୍ରକଳ୍ପ ଅଧୀନରେ ବାକି ପଞ୍ଚାୟତ ଗୁଡ଼ିକର ଅତିଶୀଘ୍ର ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ କହିଥିଲେ।

ଏସବୁ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ କିଛି ପ୍ରସ୍ତାବ ମଧ୍ୟ ଏହି ବୈଠକରେ ଦିଆଯାଇଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ଡିସେମ୍ବର ୩୧ ପରେ ମଧ୍ୟ ବିନା ଦେୟରେ କାର୍ଡ ବ୍ୟବହାର, ଅନ୍‌ଲାଇନ୍‌ରେ ୧୦ ହଜାର କାରବାର ପର୍ଯ୍ୟନ୍ତ ସେବା କର ଛାଡ଼, ସବୁ ବ୍ୟାଙ୍କକୁ ମାଗଣାରେ ପିଓଏସ୍ ମେସିନ୍ ପ୍ରଦାନ ଓ ୨୪ ଘଣ୍ଟିଆ NEFT, ECS,RTGS ‍ବ୍ୟବହାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story