ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ପାଇଁ ଦିଲ୍ଲୀରେ ରୋଡ୍‌ ଶୋ’

make-in-odisha

ନୂଆଦିଲ୍ଲୀ: ଭୁବନେଶ୍ୱର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବା ପାଇଁ ଦିଲ୍ଲୀରେ ରୋଡ଼୍‌ ଶୋ’ ହୋଇଛି। ଏଥିରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଯୋଗଦେଇ ଦେଶର ପ୍ରମୁଖ କମ୍ପାନୀ ଗୁଡ଼ିକର ସିଇଓଙ୍କ ସହ ଆଲୋଚନା କରିଛନ୍ତି।

ଶିଳ୍ପମନ୍ତ୍ରୀ କହିଥିଲେ,“ରାଜ୍ୟରେ ଶିଳ୍ପାୟନର ପରିବେଷ ରହିଛି। ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ଭିତ୍ତିଭୂମି ଯୋଗାଇଦେବେ।”

ନଭେମ୍ୱର ୩୦ ତାରିଖରୁ ଭୁବନେଶ୍ୱରରେ ହେବାକୁ ଥିବା କନ୍‌କ୍ଲେଭରେ ଦେଶ ଏବଂ ବିଦେଶର କମ୍ପାନୀ ଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Previous ArticleNext Article

Send this to a friend