ମାରୁତୀ ଡିଜାୟାର ବକ୍ରି ୧୦ ଲକ୍ଷକୁ ଟପିଲା

ନୂଆଦିଲ୍ଲୀ: ଘରୋଇ ବଜାରରେ ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତୀ ସୁଜୁକୀ ଇଣ୍ଡିଆ(ଏମଏସଆଇ) ’ସେଦନ୍ ଡି ଜାୟାର’ କାରର ବିକ୍ରି ୧୦ ଲକ୍ଷକୁ ଟପିଛି। ୨୦୦୮ରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଏହି କାରକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ବୋଲି ମାରୁତୀ ସୁଜୁକୀ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଲୋକଙ୍କ ଆଦୃତିକୁ ଆଖି ଆଗରେ ମାରୁତୀ ସ୍ୱିଫ୍ଟ ଡି ଜାୟାର ନୂଆ ମଡେଲ ଯଥା ଅଲଟୋ, ସ୍ୱିଫ୍ଟ ଓ ୱାଙ୍ଗନ୍ ଆରର ନିର୍ମାଣକୁ ବୃଦ୍ଧି […]

maruti-dzire-twitter

maruti-dzire-twitter

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 02:21 PM IST

Sports

Latest News

maruti-dzire-twitterନୂଆଦିଲ୍ଲୀ: ଘରୋଇ ବଜାରରେ ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତୀ ସୁଜୁକୀ ଇଣ୍ଡିଆ(ଏମଏସଆଇ) ’ସେଦନ୍ ଡି ଜାୟାର’ କାରର ବିକ୍ରି ୧୦ ଲକ୍ଷକୁ ଟପିଛି। ୨୦୦୮ରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଏହି କାରକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ବୋଲି ମାରୁତୀ ସୁଜୁକୀ ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଲୋକଙ୍କ ଆଦୃତିକୁ ଆଖି ଆଗରେ ମାରୁତୀ ସ୍ୱିଫ୍ଟ ଡି ଜାୟାର ନୂଆ ମଡେଲ ଯଥା ଅଲଟୋ, ସ୍ୱିଫ୍ଟ ଓ ୱାଙ୍ଗନ୍ ଆରର ନିର୍ମାଣକୁ ବୃଦ୍ଧି କରିବା ନେଇ ବିଚାର ବିମର୍ଷ କରାଯାଉଛି ବୋଲି ଏହି ବହୁ ଦେଶୀୟ କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ଏଜିକ୍ୟୁଟିଭ ନିର୍ଦ୍ଦେଶକ, ମାକେଟିଂ ଓ ସେଲ ମୁଖ୍ୟ ଆର.ଏସ. କଲସୀ କହିଛନ୍ତି, ଡିଜାୟାର ହେଉଛି ଏକ ସ୍ୱୟଂ ସମ୍ପୂର୍ଣ୍ଣ କାର। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ହୋଇଥିବା ଏହି କାର ଭଲ ଯନ୍ତ୍ରାଶ ଓ ଭଲ ମାଇଲେଜ ପାଇଁ ଲୋକଙ୍କ ଆଦୃତି ପାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos