ମାତ୍ର ୫୫୫୫ ଟଙ୍କାରେ ସ୍ମାର୍ଟଫୋନ୍, ଆସିଲା ‘ଭାରତ-୫’

ନୂଆଦିଲ୍ଲୀ: ଭାରତ ସିରିଜ୍‌ରେ ମାଇକ୍ରୋମାକ୍ସର ନୂଆ ମୋବାଇଲ ଆଜି ଭାରତ ବଜାରରେ ଲଞ୍ଚ୍‌ କରିଛି। ‘ଭାରତ-୫’ ନାମରେ ଏହି ମୋବାଇଲ ଫୋନ୍‌ ମାତ୍ର ୫,୫୫୫ ଟଙ୍କାରେ ଉପଲବ୍ଧ ହେବ। ଏହି ନୂଆ ମଡେଲ ଫୋନ୍‌ ୫,୦୦୦ ଆମ୍ପିୟର ବ୍ୟାଟେରୀ, ୫ ମେଗା ପିକ୍‌ସେଲ୍‌ ବ୍ୟାକ୍‌ ଓ ଫ୍ରଣ୍ଟ କ୍ୟାମେରା ସହ ଅତ୍ୟାଧୁନିକ ଫ୍ଲାସ୍‌ ସଂଲଗ୍ନ ହୋଇ ଉପଲବ୍ଧ ହେବ।

ଭାରତ ସିରିଜ୍‌ ମାଧ୍ୟମରେ ଘରୋଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମାଇକ୍ରୋମାକ୍ସ ଯୋଜନା କରିଛି। କମ୍‌ ଖର୍ଚ୍ଚରେ ଭାରତୀୟ ଗ୍ରାହକ କିଭଳି ଡିଜିଟାଲ ଦୁନିଆ ସହ ଶିଘ୍ର ସଂଯୁକ୍ତ ହୋଇପାରିବେ ସେ ନେଇ ସଂସ୍ଥା ବ୍ୟବସ୍ଥା କରିଛି ବୋଲି ଦାବି କରୁଛି। ଶୁକ୍ରବାରଠାରୁ ଏହି ମୋବାଇଲ୍ ଭାରତର ଅନେକ ଅଫ୍‌ଲାଇନ୍‌ ରିଟେଲ୍‌ ଷ୍ଟୋରଗୁଡିକରେ ଉପଲବ୍ଧ ହେଉଛି।

ଏହି ନୂଆ ମୋବାଇଲ ୫.୨ ଇଞ୍ଚର ଏଚ୍‌ଡି ସ୍କ୍ରିନ୍‌ ସହ, ୧.୩ GHz Quadcore ପ୍ରୋସେସର, ୧ ଜିବି ରାମ ଓ ୧୬ ଜିବି ଓନ୍‌ବୋର୍ଡ ମେମୋରୀ ରହିଛି। ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ସଂସ୍ଥାର ଜଣେ ବିତରକ କହିଛନ୍ତି।

Previous ArticleNext Article

Send this to a friend