ନୁଡୁଲ୍ସର ବିକ୍ରି ୯୦ ପ୍ରତିଶତ ଖସିଛି

ନୂଆଦିଲ୍ଲୀ: ମ୍ୟାଗି ଉପରେ ବ୍ୟାନ୍ ଜାରି କରାଯିବାର ମାସେ ମଧ୍ୟରେ ଦେଶରେ ବିଭିନ୍ନ କଂପାନୀ ଦ୍ୱାରା ପ୍ରସ୍ତୁତ ଇନଷ୍ଟାଟ୍ ନୁଡୁଲ୍ସର ବିକ୍ରିରେ ୯୦ ପ୍ରତିଶତ ହ୍ରାସ ଘଟିଛି। ଏକ ମାସ ମଧ୍ୟରେ ନୁଡୁଲ୍ସ ବିକ୍ରି ୩୫୦ କୋଟି ଟଙ୍କାରୁ ୩୦ କୋଟି ଟଙ୍କାକୁ ଖସି ଆସିଛି। ମ୍ୟାଗି ଉପରେ ବ୍ୟାନ୍ ଜାରି କରାଯିବା ପୂର୍ବରୁ ସାରା ଦେଶରେ ନୁଡୁଲ୍ସ ବର୍ଷକୁ ୪ ହଜାର ୨୦୦ କୋଟି ଆୟ କରୁଥିଲା। ଆଉ ଏହା ଦ୍ୱାରା କିଛି ନୁଡୁଲ୍ସ କଂପାନୀର […]

nuddles

nuddles

Rakesh Mallick
  • Published: Monday, 06 July 2015
  • Updated: 06 July 2015, 04:07 PM IST

Sports

Latest News

ନୂଆଦିଲ୍ଲୀ: ମ୍ୟାଗି ଉପରେ ବ୍ୟାନ୍ ଜାରି କରାଯିବାର ମାସେ ମଧ୍ୟରେ ଦେଶରେ ବିଭିନ୍ନ କଂପାନୀ ଦ୍ୱାରା ପ୍ରସ୍ତୁତ ଇନଷ୍ଟାଟ୍ ନୁଡୁଲ୍ସର ବିକ୍ରିରେ ୯୦ ପ୍ରତିଶତ ହ୍ରାସ ଘଟିଛି। ଏକ ମାସ ମଧ୍ୟରେ ନୁଡୁଲ୍ସ ବିକ୍ରି ୩୫୦ କୋଟି ଟଙ୍କାରୁ ୩୦ କୋଟି ଟଙ୍କାକୁ ଖସି ଆସିଛି। ମ୍ୟାଗି ଉପରେ ବ୍ୟାନ୍ ଜାରି କରାଯିବା ପୂର୍ବରୁ ସାରା ଦେଶରେ ନୁଡୁଲ୍ସ ବର୍ଷକୁ ୪ ହଜାର ୨୦୦ କୋଟି ଆୟ କରୁଥିଲା। ଆଉ ଏହା ଦ୍ୱାରା କିଛି ନୁଡୁଲ୍ସ କଂପାନୀର ଭବିଷ୍ୟତ ପୂରା ଅନ୍ଧାରକୁ ଚାଲି ଯାଇଛି। ସେମାନଙ୍କ ପୂରା ନିବେଶ ପ୍ରଭାବିତ ହୋଇଛି। ପୁଣି ଏହି କଂପାନୀଗୁଡ଼ିକରେ କାମ କରୁଥିବା କର୍ମଚାରୀମାନେ ବି ଚିନ୍ତିତ ହୋଇପଡ଼ିଛନ୍ତି ନିଭ ଭବିଷ୍ୟତକୁ ନେଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos