ପେଟ୍ରୋଲ ଓ ଡିଜେଲ ଦର ୨ ଟଙ୍କା କମିଲା

petrol

ନୂଆଦିଲ୍ଲୀ: ପେଟ୍ରୋଲ ଦର ଲିଟର ପିଛା ୨ଟଙ୍କା ହ୍ରାସ କରାଯାଇଛି। ସେହିପରି ଡିଜେଲ ଦର ଲିଟର ପିଛା ୨ଟଙ୍କା କମିଲା। ବୁଧବାର ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ।

ବିଶ୍ୱ ବଜାରରେ ତୈଳଦରରେ ହ୍ରାସ ହେବା ପରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରକୁ ସରକାର ହ୍ରାସ କରି ଦେଇଛନ୍ତି।

ତେବେ ଏହି ତୈଳ ଦର ହ୍ରାସ ପରେ ବି ଦିଲ୍ଲୀରେ ବସବାସ କରୁଥିବା ଲୋକଙ୍କ ପାଇଁ ଖୁସି ହେବାର କିଛି ନାହିଁ। କାରଣ ଦିଲ୍ଲୀର ଆପ୍ ସରକାର ଏହା ଉପରେ ପାଣି ଢାଳି ଦେଇଛନ୍ତି। ନିଜ ବଜେଟରେ ଗୁରୁତ୍ୱପୂର୍ଣ୍ଣ ସୁବିଧାସୁଯୋଗଗୁଡ଼ିକ ଉପରେ ଭାଟ୍ ବଢ଼ାଇଥିବା କେଜ୍ରିୱାଲ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ବି ଭାଟ୍ ଦର ବଢ଼ାଇ ଦେଇଛନ୍ତି। ପେଟ୍ରୋଲ ଉପରେ ଭାଟକୁ ୨୦%ରୁ ୨୫%କୁ ବଢ଼ାଇ ଦେଇଛନ୍ତି। ସେହିପରି ଡିଜେଲ ଉପରେ ଭାଟକୁ ୧୨.୫%ରୁ ୧୬%କୁ ବଢ଼ାଇ ଦେଇଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୭୮ ପଇସା ବଢ଼ିଯାଇଥିବା ବେଳେ ଡିଜେଲର ଦାମ ୧ଟଙ୍କା ୮୩ ପଇସା ବଢ଼ିଯାଇଛି। ଅର୍ଥାତ ଦିଲ୍ଲୀରେ ଏବେ ପେଟ୍ରୋଲ ଦର ଲିଟର ପିଛା ୬୯ ଟଙ୍କା ୪୩ ପଇସାରେ ପହଞ୍ଚି ଯାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୫୨.୦୭ରେ ପହଞ୍ଚି ଯାଇଛି।

 

 

 

 

Previous ArticleNext Article

Send this to a friend