ରାଜଧାନୀବାସୀ ଅନଲାଇନରେ କିଣି ପାରିବେ ମାଛ,ଚିଙ୍ଗୁଡି ଓ କଙ୍କଡ଼ା

ଭୁବନେଶ୍ୱର: ରାଜଧାନୀବାସୀ ଏବେ ଅନଲାଇନରେ ମାଛ, ଚିଙ୍ଗୁଡି ଓ କଙ୍କଡା କିଣି ପାରିବେ। ବୁକିଂ କରିବାର ଏକ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ମାଛ, ଟିଙ୍ଗୁଡି, କଙ୍କଡା। ଚିଲିକାପ୍ରେସଡଟ୍ଇନ (http://chilikafresh.in) ଲଗ୍ ଅନକରି ବୁକିଂ କରିପାରିବେ। ଫିସଫେଡ୍ ପକ୍ଷରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଜୟଦେବ ଭବନଠାରେ  ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏଥିପାଇଁ ଭୁବନେଶ୍ୱରରେ ଅଧିକ ୨୬ଟି […]

seafeed

seafeed

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 12:29 PM IST

Sports

Latest News

seafeed-1ଭୁବନେଶ୍ୱର: ରାଜଧାନୀବାସୀ ଏବେ ଅନଲାଇନରେ ମାଛ, ଚିଙ୍ଗୁଡି ଓ କଙ୍କଡା କିଣି ପାରିବେ। ବୁକିଂ କରିବାର ଏକ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ମାଛ, ଟିଙ୍ଗୁଡି, କଙ୍କଡା। ଚିଲିକାପ୍ରେସଡଟ୍ଇନ (http://chilikafresh.in) ଲଗ୍ ଅନକରି ବୁକିଂ କରିପାରିବେ। ଫିସଫେଡ୍ ପକ୍ଷରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଜୟଦେବ ଭବନଠାରେ  ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏଥିପାଇଁ ଭୁବନେଶ୍ୱରରେ ଅଧିକ ୨୬ଟି ଚିଲିକା ଫ୍ରେସ୍ ଆଉଟଲେଟ୍ ଖୋଲାଯିବ। ସେମିତି ରାଜ୍ୟରେ ୧୫୦ଟି ଷ୍ଟଲ୍ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜି ଅନୁଷ୍ଠିତ ଏହି କର୍ମଶାଳାରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ୨୦୨୦ ସୁଦ୍ଧା ରାଜ୍ୟର ମତ୍ସ୍ୟ ଉତ୍ପାଦନ ୨ ଗୁଣ କରି ଚାଷୀମାନଙ୍କୁ ଜୀବିକା ଯୋଗାଇ ଦିଆଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି  ଓପିଏସସି ଦ୍ୱାରା ବଛା ଯାଇଥିବା ୧୨୪ଜଣକୁ ସହକାରୀ ମତ୍ସ୍ୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos