ଆରମ୍ଭ ହେଲା ଉଜ୍ଜଲା ଯୋଜନା

modi

ନୂଆଦିଲ୍ଲୀ: ଆଜି ଉଜ୍ଜଲା ଯୋଜନାର ଶୁଭାରମ୍ଭ ହୋଇଛି। ଉତ୍ତରପ୍ରଦେଶ ବାଳିଆରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଏକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଯୋଜନାରୁ ଗରିବ ରେଖା ତଳେ ରହୁଥିବା ୫ କୋଟି ପରିବାରର ମହିଳାମାନ ସୁବିଧା ପାଇବେ। ବିପିଏଲ୍ ପରିବାର ଲୋକଙ୍କୁ ମାଗଣାରେ ଗ୍ୟାସ୍‌ କନେକସନ୍ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସ୍ୱେଚ୍ଛାକୃତ ଭାବେ ଗ୍ୟାସ୍ ସବ୍‌ସିଡି  ନେଉ ନ ଥିବା ଲୋକଙ୍କ ନିକଟରୁ ଏଯାଏଁ ପ୍ରାୟ ୧ କୋଟି ୧୩ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ ହୋଇପାରିଛି। ଏହି ଟଙ୍କା ଗରିବ ଲୋକଙ୍କ ବିକାଶର ସହାୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Previous ArticleNext Article

Send this to a friend