ସାଢ଼େ ୪ କୋଟିରେ ଦାଏ, ନା ୧୦ ଲକ୍ଷରେ ଦାଏ ?

ବାବୁ ନବୀନ ଏ ରାଜ୍ୟର ଟପ୍ ନେତା। କଣ କହିଲେ? କିଏ କହିଲା? ଆରେ ବାବୁ ଏ କଥା ତ କାଗଜ ପତ୍ର କହୁଛି। ଓଡ଼ିଶା ଲୋକ ଭୋଟ ଦେଇ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି।ଆଉ ସେ ଟପ୍ ନେତା ନୁହେଁ ତ ଆଉ କିଏ? ତା ପରେ ତାଙ୍କୁ ଦେଶବିଦେଶରୁ ପୁରସ୍କାର ମିଳିଛି। କିଏ କହିଛି ବେଷ୍ଟ ମୁଖ୍ୟମନ୍ତ୍ରୀ ତ କିଏ କହିଛି କଡା ପ୍ରଶାସକ। ନବୀନ ହେଉଛନ୍ତି ବିଜେଡି ମଉଡ଼ମଣି। ଶଙ୍ଖ ଛାପ୍ ବ୍ରାଣ୍ଡ। ତେଣୁ ତାଙ୍କର ଦ୍ୱିତୀୟ ନାହିଁ। ସେ ଯେ ଏ ରାଜ୍ୟର ସର୍ବାଧିକ ଜନପ୍ରିୟ ନେତା ଏଥିରେ ଆମର ସିନା ସନ୍ଦେହ ନାହିଁ, କିନ୍ତୁ ବିଜେଡି ନେତାଙ୍କର ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଚଲୋଉଥିବା ବାବୁ ମାନଙ୍କର ବୋଧେ ସନ୍ଦେହ ଅଛି। ନିକଟରେ ନବୀନ ବାବୁଙ୍କ ଟ୍ବିଟର ଆକାଉଣ୍ଟର ଫଲୋଅର୍ ସଂଖ୍ୟା ୧ ମିଲିଅନ୍ ବା ୧୦ ଲକ୍ଷ ପାର ହୋଇଗଲେ। ଏଥିପାଇଁ ବିଜେଡି ନେତାଏ ଓ ସିଏମ୍ଓର ବାବୁମାନେ ଖୁବ୍ ଖୁସି। କିନ୍ତୁ ଆମର କହିବା କଥା, ନବୀନ ବାବୁ ତ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେ ସାଢ଼େ ୪ କୋଟି ଓଡ଼ିଆଙ୍କ ମଉଡ଼ମଣି। ତମେ ୧୦ ଲକ୍ଷ ଟୁଇଟରେ କଣ ଏତେ ଖୁସି ହେଇ ଯାଉଛ। ଏହାକୁ ନେଇ ଆଜିର କାର୍ଟୁନ ଚିତ୍ର।

Previous ArticleNext Article

Send this to a friend