ଶୋ’ ରୁମ୍‌ରୁ ୩୦ ଲକ୍ଷର ଟଙ୍କାର ମୋବାଇଲ ଚୋରି

loottt

ପୁରୀ: ପୁରୀ ଭିଆଇପି ରୋଡ୍‌ରେ ଏକ ମୋବାଇଲ ଶୋ’ ରୁମ୍‌ରୁ ପ୍ରାୟ ୩୦ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ କାନ୍ଥ ଭାଙ୍ଗି ଏହି ମୋବାଇଲ ଚୋରି କରିଥିବା ଅଭିଯୋଗ ହୋଇଛି।

ଆଜି ସକାଳେ ଶୋ’ରୁମ୍‌ ମାଲିକ ଦୋକାନ ଭିତରେ ମୋବାଇଲ ଖୋଳ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶୋ’ରୁମରେ ସମସ୍ତ ମୋବାଇଲ ନ ଥିବା ଜଣାପଡ଼ିବା ପରେ ଶୋ’ରୁମ ମାଲିକ ପୋଲିସ୍‌ରେ ଖବର ଦେଇଥିଲେ। ପୁରୀ କୁମ୍ଭାରପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଦୃର୍ବୃତ୍ତମାନଙ୍କ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯିବା ସହ ସିସିଟିଭିକୁ ଯାଞ୍ଚ କରାଯାଇଛି। ୧୦ଇଞ୍ଚିଆ କାନ୍ଥକୁ ଗୋଟିଏ ଲୋକ ପଶିବା ଭଳି କଣା କରି ଭିତରକୁ ଯାଇ ଦୁର୍ବୃତ୍ତମାନେ ମୋବାଇଲ ଲୁଟି ନେଇଛନ୍ତି।

Previous ArticleNext Article

Send this to a friend