ଆନନ୍ଦପୁର: ଆର୍‌ଆଇଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଗିରଫ

ari

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କଣ୍ଟାମାଳ ଆର୍‌ଆଇ ଶରଣ କୁମାର ଦାସଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗତକାଲି କଣ୍ଟିପାଳରେ ଏକ ପୋଖରୀରୁ ମାଟି ଖୋଳାର ତଦନ୍ତ କରିବାକୁ  ଶରଣ  ଯାଇଥିବାବେଳେ ସେଠାରେ ତାଙ୍କୁ କିଛି ଲୋକ ମାଡ଼ ମାରିଥିଲେ। ‌ଖବରପାଇ ଆନନ୍ଦପୁର ପୋଲିସ୍  ଘଟଣାସ୍ଥଳରୁ  ତାଙ୍କୁ  ଉଦ୍ଧାର କରିଥିଲା।

ଆର୍‌ଆଇ ଶରଣ କୁମାର ଦାସ କହିଛନ୍ତି, “କଣ୍ଟିପାଳରେ ଏକ ପୋଖରୀରୁ ମାଟି ଖୋଳାର ତଦନ୍ତ କରିବାକୁ ଯାଇଥିଲି।  କ’ଣ ପାଇଁ ମାଟି ଖୋଳୁଛ ବୋଲି ପଚାରିବାରୁ କିଛି ଲୋକ ମୋତେ ବାନ୍ଧି ପିଟିଥିଲେ।  ପୋଲିସ୍ ମୋତେ ଉଦ୍ଧାର କରିଥିଲା।”

Previous ArticleNext Article

Send this to a friend