କଟକ: ଖଣି କମ୍ପାନୀ ୟାଜଦାନି ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ବ୍ୟାଙ୍କ ଲକରରୁ ୩ କିଲୋ ସୁନା ଜବତ କରାଯାଇଛି। କମ୍ପାନୀର ଆଉ ୮ଟି ଲକର ଖୋଲା ଯିବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ୬ ବର୍ଷର ଆୟକର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଛି।
ଗତକାଲି ହୋଇଥିବା ଚଢାଉ ବେଳେ ସଂସ୍ଥାର ୯ଟି ଲକର ଓ ବହୁ ପରିମାଣର ସୁନା ମିଳିଥିବା ସୂଚନା ମଳିଥିଲା। ସରାଜଉଦ୍ଦିନ କମ୍ପାନୀର ଯୋଡ଼ା ଅଫିସ, ବଳଦାରେ ଥିବା ଖଣି ଅଞ୍ଚଳ, ଭୁବନେଶ୍ୱରରେ ଥିବା ଅଫିସ, କମ୍ପାନୀ ମାଲିକଙ୍କ ବାସଭବନ, କୋଲକାତାରେ ଥିବା ଅଫିସ ଓ ବାସଭବନ ସମେତ ୧୦ଟି ଜାଗାରେ ଚଢ଼ାଉ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।