ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

bangalore dead

ଭୁବନେଶ୍ୱର: ବେଙ୍ଗାଲୁରୁରେ ଜଣେ ଓଡ଼ିଆ ଯୁବକଙ୍କର ରହସ୍ୟଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ନୟାନନ୍ଦ ଗାଁର ଦୀପକ୍‌ କୁମାର ବାୟାରୀ। ସେ ଗତ ବୁଧବାର ରାତିରେ ଚେୟାରମ୍ୟାନ୍‌ କ୍ଲବରୁ କାମସାରି ଘରୁକୁ ଫେରୁଥିବା ବେଳେ ନିଖୋଜ୍ ହୋଇଯାଇଥିଲେ। ଗୁରୁବାର ଅପରାହ୍ନ ୪ଟାରେ କ୍ଲବଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଏକ ପାହାଡ ତଳୁ ତାଙ୍କର ମୃତଦେହ ପୋଲିସ ଉଦ୍ଧାର କରିଥିଲା।

ଦୀପକଙ୍କ ପକେଟରୁ ପୋଲିସ ପରିଚୟ ପତ୍ର ପାଇବା ପରେ କ୍ଲବ ମ୍ୟାନେଜରଙ୍କୁ ଡାକି ଶବ ଚିହ୍ନଟ କରିଥିଲା। ପରେ ବେଙ୍ଗାଲୁରୁରେ ରହୁଥିବା ଦୀପକଙ୍କ ଭାଇ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ତାଙ୍କ ଭାଇର ବୋଲି କହିଥିଲେ। ଦୀପକ୍‌ ଗତ ୬ ବର୍ଷ ହେଲା ଏହି କ୍ଲବରେ ରୋଷୟା ଭାବେ କାମ କରିଆସୁଥିଲେ। ଗତ ମାର୍ଚ୍ଚ ୧୧ରେ ସେ ବିବାହ କରିଥିଲେ। ଓଡ଼ିଶାରୁ ଫେରି ବେଙ୍ଗାଲୁରୁରେ ଗତ ୨ ତାରିଖରେ କାମରେ ଯୋଗ ଦେଇଥିଲେ। କେଉଁ କାରଣରୁ ଦୀପକଙ୍କ ମୃତ୍ୟୁ ଘଟିଛି ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Previous ArticleNext Article

Send this to a friend