ବରଗଡ଼: ଭିନ୍ନକ୍ଷମଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇ ଗାଇସିଲେଟ୍ ବ୍ଲକ ପ୍ରଗତି ସହାୟକ ଗିରଫ

ବରଗଡ଼: ଡିଆରଆଇ ଯୋଜନାରେ ଋଣ ଦେବା ପାଇଁ ଜଣେ ଭିନ୍ନକ୍ଷମଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗାଇସିଲେଟ୍ ବ୍ଲକ ପ୍ରଗତି ସହାୟକ ଟିକେଶ୍ୱର କୁମ୍ଭାର। ଭିନ୍ନକ୍ଷମ ବଳଦେବ ସାହୁଙ୍କ ଅଭିଯୋଗ ଅନୁଯାୟୀ ଡିଫରେନସିଏଲ ରେଟ୍ ଅଫ୍ ଇଣ୍ଟରେଷ୍ଟ୍ ଯୋଜନାରେ ଋଣ ପାଇବା ପାଇଁ ସେ ଗତ ଏପ୍ରିଲ୍ ମାସରେ ଆବେଦନ କରିଥିଲେ। ଏହି ଯୋଜନା ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ୪ ପ୍ରତିଶତ ସୁଧ ହାରରେ ୨୫,୦୦୦ ଟଙ୍କା ଋଣ ସହାୟତା ମିଳିଥାଏ। ତେବେ […]

baragarah

baragarah

Rakesh Mallick
  • Published: Monday, 07 September 2015
  • Updated: 07 September 2015, 11:56 AM IST

Sports

Latest News

ବରଗଡ଼: ଡିଆରଆଇ ଯୋଜନାରେ ଋଣ ଦେବା ପାଇଁ ଜଣେ ଭିନ୍ନକ୍ଷମଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗାଇସିଲେଟ୍ ବ୍ଲକ ପ୍ରଗତି ସହାୟକ ଟିକେଶ୍ୱର କୁମ୍ଭାର।

ଭିନ୍ନକ୍ଷମ ବଳଦେବ ସାହୁଙ୍କ ଅଭିଯୋଗ ଅନୁଯାୟୀ ଡିଫରେନସିଏଲ ରେଟ୍ ଅଫ୍ ଇଣ୍ଟରେଷ୍ଟ୍ ଯୋଜନାରେ ଋଣ ପାଇବା ପାଇଁ ସେ ଗତ ଏପ୍ରିଲ୍ ମାସରେ ଆବେଦନ କରିଥିଲେ। ଏହି ଯୋଜନା ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ୪ ପ୍ରତିଶତ ସୁଧ ହାରରେ ୨୫,୦୦୦ ଟଙ୍କା ଋଣ ସହାୟତା ମିଳିଥାଏ। ତେବେ ଏହି ଋଣ ପ୍ରଦାନ ପାଇଁ ପ୍ରଗତି ସହାୟକ ଟିକେଶ୍ୱର କୁମ୍ଭାର ତାଙ୍କୁ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବଳଦେବ ୧୦୦୦ ଟଙ୍କା ଦେଇଥିଲେ। ତେବେ ଟିକେଶ୍ୱର ତାଙ୍କୁ ଆଉ ଦୁଇ ହଜାର ଟଙ୍କା ଦେବାକୁ କହିଥିଲେ। ଏହା ପରେ ବଳେଦେବ ଏନେଇ ବରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ବିଭାଗର ଯୋଜନା ଅନୁଯାୟୀ ଆଜି ବଳଦେବ ପ୍ରଗତି ସହାୟକ ଟିକେଶ୍ୱର କୁମ୍ଭାରଙ୍କୁ ଦୁଇ ହଜାର ଟଙ୍କା ଦେଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos