ବାରିପଦା: ଶ୍ୱଶୁର ଘରୁ ଜ୍ୱାଇଁର ମୃତଦେହ ଉଦ୍ଧାର, ଶ୍ୱଶୁର ଅଟକ

death- baripada

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶ୍ୱଶୁର ଘୋର ଲୋକେ ଗଛରେ ହାତ ଗୋଡ଼ ବାନ୍ଧି ଲଙ୍ଗଳରେ ମୁଣ୍ଡକୁ ପିଟି ଜ୍ୱାଇଁକୁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ହେଉଛି ସାଧୁ ଗାଗାରାଇ। ଠାକୁରମୁଣ୍ଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶ୍ୱଶୁର ବାଜୁ ତୀଉଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।

ଗତ ମଙ୍ଗଳବାର ସାଧୁ ତାଙ୍କ ସ୍ତ୍ରୀ ସୁନାମଣିଙ୍କୁ ମାରପିଟ୍‌ କରିବାରୁ ସେ ବାପ ଘରକୁ ଚାଲି ଆସିଥିଲେ। ଗତକାଲି ରାତିରେ ସାଧୁ ଶ୍ୱଶୁର ଘରକୁ ଯାଇ ପାଟି ତୁଣ୍ଡ କରିଥିଲା। ଫଳରେ ଶ୍ୱଶୁର ଘର ଲୋକେ ସାଧୁକୁ ଗଛରେ ବାନ୍ଧି ଲଙ୍ଗଳରେ ମୁଣ୍ଡକୁ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Previous ArticleNext Article

Send this to a friend