ଭୁବନେଶ୍ୱର: ଗହଣା ଦୋକାନର ମହିଳା କର୍ମଚାରୀଙ୍କୁ ଛୁରାମାଡ଼

knife-attack

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଗହଣା ଦୋକାନର ମହିଳା କର୍ମଚାରୀଙ୍କୁ ଛୁରା ମାଡ଼ ହୋଇଛି। ଆଜି ମହିଳା ଜଣକ ଖାଉଥିବା ବେଳେ କ୍ୟାଣ୍ଟିନ୍‌ କର୍ମଚାରୀ ନିଖିଳ ଜେନା ତାଙ୍କ ପିଠିରେ ଛୁରି ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଛୁରା ଆକ୍ରମଣ କରିବା ପରେ ନିଖିଳ ଫେରାର ହୋଇଯାଇଥିଲା। ପୋଲିସ୍‌ ନିଖିଳକୁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରିଛି। ସେ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଛୁରା ମାଡ଼ କରିଛି ବୋଲି ଜଣାପଡ଼ିଛି।

Previous ArticleNext Article

Send this to a friend