ଭଦ୍ରକ ଏଟିଏମ୍‌ ଲୁଟ୍ ଘଟଣା: ଲୁଟେରାଙ୍କ ଟେର ପାଉନି ପୋଲିସ୍

atm

ଭଦ୍ରକ: ଭଦ୍ରକରେ ଗୁରୁବାର ରାତିରେ ୩ଟି ଏଟିଏମ୍‌ରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଯାଇଥିଲେ ହେଁ ପୋଲିସ୍ ଲୁଟେରାଙ୍କ ଟେର୍ ପାଇନି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରଁଦିଆ ବଜାରରେ ଥିବା ଦୁଇଟି ଏଟିଏମ୍‌କୁ ଗ୍ୟାସ୍ କଟର୍ ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ। ଏହି ଦୁଇଟି ଏଟିଏମ୍ ମଧ୍ୟରୁ ଗୋଟିଏ ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବା ବେଳେ ଅନ୍ୟଟି ଏକ୍ସସିସ୍ ବ୍ୟାଙ୍କର। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍‌କୁ ପୋଡ଼ି ଦେଇଛନ୍ତି। ଆଇସିଆଇସିଆଇ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ୬,୮୭,୦୦୦ ଟଙ୍କା ଲୁଟି ନେଇଥିବା ବେଳେ ଏକ୍ସିସ୍ ବ୍ୟାଙ୍କରୁ ୪,୪୪,୦୦୦ ଟଙ୍କା ଲୁଟି ନେଇଛନ୍ତି। ସେହିପରି କୁଆଁଶର ଥିବା ଏସ୍‌ବିଆଇର ଏକ ଏଟିଏମ୍‌କୁ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏଠାରୁ ସବୁଠୁ ଅଧିକ ୧୬,୪୮,୦୦୦ ଟଙ୍କା ଲୁଟି ନେଇଛନ୍ତି।

Previous ArticleNext Article

Send this to a friend