ଓଟିଭି ସାମ୍ବାଦିକଙ୍କଠାରୁ ଲୁଟ୍ ଘଟଣାରେ ୩ ଗିରଫ

ଭୁବନେଶ୍ୱର: ଓଟିଭି ସାମ୍ବାଦିକ ବିକ୍ରମ ଜେନାଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଲୁଟେରା ଗ୍ୟାଙ୍ଗର ସଦସ୍ୟ ଆର୍ତ୍ତତ୍ରାଣ ଭୋଇ ବି ଅଛି। ସେମାନଙ୍କଠାରୁ ୪ଟି ଚୋରା ବାଇକ୍ ଜବତ କରାଯାଇଛି। ଗତ ଶନିବାର ୫ ନମ୍ବର ଜାତୀୟ ରାଜପଥର ହଂସପାଳ ନିକଟସ୍ଥ ହାଇୱେ ହୋଣ୍ଡା ଶୋ’ ରୁମ୍‌ ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବିକ୍ରମଙ୍କ ବାଇକ୍‌, ମୋବାଇଲ, ମନିପର୍ସ, ସୁନା ହାର ଓ […]

handcuffs

handcuffs

Rakesh Mallick
  • Published: Wednesday, 07 December 2016
  • Updated: 07 December 2016, 12:19 PM IST

Sports

Latest News

ଭୁବନେଶ୍ୱର: ଓଟିଭି ସାମ୍ବାଦିକ ବିକ୍ରମ ଜେନାଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ କମିଶନରେଟ୍ ପୋଲିସ୍ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଲୁଟେରା ଗ୍ୟାଙ୍ଗର ସଦସ୍ୟ ଆର୍ତ୍ତତ୍ରାଣ ଭୋଇ ବି ଅଛି। ସେମାନଙ୍କଠାରୁ ୪ଟି ଚୋରା ବାଇକ୍ ଜବତ କରାଯାଇଛି।

ଗତ ଶନିବାର ୫ ନମ୍ବର ଜାତୀୟ ରାଜପଥର ହଂସପାଳ ନିକଟସ୍ଥ ହାଇୱେ ହୋଣ୍ଡା ଶୋ’ ରୁମ୍‌ ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବିକ୍ରମଙ୍କ ବାଇକ୍‌, ମୋବାଇଲ, ମନିପର୍ସ, ସୁନା ହାର ଓ ମୁଦି ପ୍ରମୁଖ ଲୁଟି ନେଇଥିଲେ। ଏ ନେଇ ସେ ବାଲିଅନ୍ତା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଖୋଳତାଡ଼ କରିଥିଲା।

ବିକ୍ରମ ପାହାଳରୁ ଫେରୁଥିବା ବେଳେ ହାଇୱେ ହୋଣ୍ଡା ଶୋ’ ରୁମ୍‌ ପାଖରେ ଦୁଇ ଜଣ ଦୁର୍ବୃତ୍ତ ନାଲି ରଙ୍ଗର ସିବିଜେଡ୍‌ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କ ପାଖରେ ଯାହା ଥିଲା ଦେଇ ଦେବାକୁ କହିଥିଲେ। ମାତ୍ର ବିକ୍ରମ ରାଜି ନ ହେବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ମାରିଦେବାକୁ ଧମକ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାଇକ୍‌, ମୋବାଇଲ, ମନିପର୍ସ, ପିନ୍ଧିଥିବା ସୁନା ହାର ଓ ମୁଦି ନେଇ ଚମ୍ପଟ୍‌ ମାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos