ଭୁବନେଶ୍ୱରରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା: ଅଟକ ସୁମନ୍ତଙ୍କୁ ଜେରା

note1

ଭୁବନେଶ୍ୱର: ଭୁବନେଶ୍ୱର ସହିଦ୍‌ନଗର ଅଞ୍ଚଳରେ କାର ଭିତରୁ ଜବତ ୩୦ ଲକ୍ଷ ଟଙ୍କା ଲକ୍ଷ୍ମୀ ନାରାୟଣ ବେହେରାଙ୍କର ବୋଲି ଅଟକ ଥିବା ସୁମନ୍ତ ପ୍ରଧାନ ଆୟକର ବିଭାଗକୁ କହିଛି। ଏହାଛଡ଼ା ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ସୁମନ୍ତଙ୍କଠାରୁ ପାଇଛି। ଅନ୍ୟତମ ଅଟକ ମମତା ବେହେରାଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ଆୟକର ବିଭାଗ କହିଛି।

ଗତକାଲି କମିଶନରେଟ୍‌ ପୋଲିସ୍‌ ସହିଦ୍‌ନଗର ଅଞ୍ଚଳରେ ଏକ କାର ଭିତରୁ ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ଜବତ ଟଙ୍କାରେ ୨୭ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଓ ୩ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ଥିଲା। ଏହି ଘଟଣାରେ ପୋଲିସ୍‌ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳସା ଗାଁର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଥିଲା।

Previous ArticleNext Article

Send this to a friend