ତଣ୍ଟି ଚିପି ମହିଳାଙ୍କୁ ହତ୍ୟା

bonai

ବଣାଇ: ଗତକାଲି ବିଳମ୍ୱିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଝିଙ୍କନାଳୀ ଗାଁର ସୁନୀତା ମୁଣ୍ଡାରୀ ନାମକ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୁନୀତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ୍‌ କହିଛି।

Previous ArticleNext Article

Send this to a friend