ଗହଣା ଦୋକାନୀଙ୍କଠାରୁ କେଜିଏ ସୁନାଅଳଙ୍କାର ଲୁଟ୍‌

subash-jewllers

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବଜାର ସ୍ଥିତ ସୁବାସ ଜୁଏଲର୍ସର ମାଲିକ ପ୍ରମୋଦ ଚନ୍ଦ୍ର ମହାରଣାଙ୍କ ନିକଟରୁ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏକ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।  ସେ ଦୋକାନ ବନ୍ଦ କରି ସୁନାଅଳଙ୍କାର ଧରି ବାଲିପେଣ୍ଡି ସାହି ସ୍ଥିତ ନିଜ ଘରକୁ ବାହାରୁ ଥିବା ବେଳେ ଏହି ଲୁଟ୍ ହୋଇଥିଲା। ଦୁଇଟି ବାଇକ୍‌ରେ ଚାରି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପିସ୍ତଲ ଦେଖାଇ ତାଙ୍କ ହାତରୁ ସୁନାଗହଣା ଥିବା ବ୍ୟାଗ୍‌ଟିକୁ ଛଡ଼ାଇ ନେଇଥିଲେ। ସ୍ଥାନୀୟ ପୋଲିସ୍ ଘଟଣାର ଛାନ୍‌ଭିନ୍ କରୁଛି।

Previous ArticleNext Article

Send this to a friend