ଚାନ୍ଦବାଲି ବନ୍ଦ ବେଳେ ଗଣ୍ଡଗୋଳ: ୪ ଆହତ, ଶାନ୍ତି କମିଟି ଗଠିତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଦ୍ୟୁତ, ଗମନାଗମନ ଓ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ଦାବିରେ ଗତକାଲି ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ତେବେ ଏହି ବନ୍ଦକୁ ବଣିକ ସଂଘର ଅସହଯୋଗ ଯୋଗୁଁ ବିବାଦ ଦେଖା ଦେଇଥିଲା । ଗତକାଲି ସ୍ୱାଭିମାନ ମଞ୍ଚର ସଦସ୍ୟମାନେ ଦୋକାନ ବଜାର ବନ୍ଦ କରିବାକୁ କହିବାରୁ ବଣିକ ସଂଘ କର୍ମକର୍ତ୍ତାଙ୍କ ସହ ବଚସା ଓ ଠେଲାପେଲା ହୋଇ ୪ ଜଣ ଆହତ ହୋଇଛନ୍ତି । ଏହାକୁ […]

chandbali

chandbali

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 07:08 AM IST

Sports

Latest News

chandbaliଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଦ୍ୟୁତ, ଗମନାଗମନ ଓ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ଦାବିରେ ଗତକାଲି ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ତେବେ ଏହି ବନ୍ଦକୁ ବଣିକ ସଂଘର ଅସହଯୋଗ ଯୋଗୁଁ ବିବାଦ ଦେଖା ଦେଇଥିଲା । ଗତକାଲି ସ୍ୱାଭିମାନ ମଞ୍ଚର ସଦସ୍ୟମାନେ ଦୋକାନ ବଜାର ବନ୍ଦ କରିବାକୁ କହିବାରୁ ବଣିକ ସଂଘ କର୍ମକର୍ତ୍ତାଙ୍କ ସହ ବଚସା ଓ ଠେଲାପେଲା ହୋଇ ୪ ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ବ୍ଲକ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏଥିରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ସ୍ୱାଭିମାନ ସୁରକ୍ଷା ମଞ୍ଚ ଓ ବଣିକ ସଂଘର କର୍ମକର୍ତ୍ତାମାନେ ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଚାନ୍ଦବାଲି ବ୍ଲକରେ ଲାଗି ରହିଥିବା ବିଦ୍ୟୁତ, ଗମନାଗମନ, ସ୍ୱାସ୍ଥ୍ୟସେବା ସମସ୍ୟା ସମାଧାନ ସହ ୫ ଦଫା ଦାବି ନେଇ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଥିଲା । ତେବେ ମଞ୍ଚର ଏହି ବନ୍ଦ ଡାକରାକୁ ବଣିକ ସଂଘ ପକ୍ଷରୁ ସମର୍ଥନ କରାଯିବ ନାହିଁ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ନିର୍ଦ୍ଧାରିତ ସୂଚନା ଅନୁସାରେ ସ୍ୱାଭିମାନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ବୁଲି ବୁଲି ବ୍ଲକ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରୁଥିଲା । ହେଲେ ବଣିକ ସଂଘର ଘୋଷଣା ଅନୁଯାୟୀ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବାକୁ ମନା କରିଦେଇଥିଲା । ଏହାକୁ ନେଇ ବିବାଦ ଦେଖାଦେବା ସହ ଉଭୟ ପକ୍ଷ ମଧ୍ୟରେ କାଳୀ ମନ୍ଦିର ନିକଟରେ ଗଣ୍ଡଗୋଳ ଘଟି ୪ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟ ପକ୍ଷର ଏତଲାକୁ ଭିତ୍ତି କରି ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story