ଡି’ଲିଙ୍କ୍: ଚୌଦ୍ୱାର ଜେଲ୍ ଗଲା ଭୋଲା ଭଗତ

କଟକ: ଡି-ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତର ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ରିମାଣ୍ଡ ଶେଷ ହେବା ପରେ ଆଜି ତାକୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଭୋଲାକୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ କମିଶନରେଟ୍ ପୋଲିସ୍ ଆବେଦନ ନ କରିବାରୁ କୋର୍ଟ ତାକୁ ଚୌଦ୍ୱାର ଜେଲ୍ ପଠାଇ ଦେଇଛନ୍ତି। କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି ଯେ ଦୁଇ ଥର ରିମାଣ୍ଡରେ ନିଆଯାଇ ଭୋଲାଠାରୁ […]

Bhola-Bhagat-

Bhola-Bhagat-

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 04:21 PM IST

କଟକ: ଡି-ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତର ରିମାଣ୍ଡ ଅବଧି ଆଜି ଶେଷ ହେବା ପରେ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି। ରିମାଣ୍ଡ ଶେଷ ହେବା ପରେ ଆଜି ତାକୁ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଭୋଲାକୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ କମିଶନରେଟ୍ ପୋଲିସ୍ ଆବେଦନ ନ କରିବାରୁ କୋର୍ଟ ତାକୁ ଚୌଦ୍ୱାର ଜେଲ୍ ପଠାଇ ଦେଇଛନ୍ତି।

କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି ଯେ ଦୁଇ ଥର ରିମାଣ୍ଡରେ ନିଆଯାଇ ଭୋଲାଠାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଦାୟ କରାଯାଇଛି। ସେ ଦେଇଥିବା ସୂଚନା ଆଧାରରେ ପୋଲିସ୍ ତଦନ୍ତ ଚଳାଇଛି।

କଟକର ଜଣେ ବ୍ୟବସାୟୀ ବାଇଧର ସାହୁ ହତ୍ୟା ଘଟଣାରେ ଭୋଲା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବୋଲି କଟକ ଡିସିପି କହିଛନ୍ତି। ତେବେ ଏ ସଂପର୍କରେ ସେ ଗଣମାଧ୍ୟମ ଆଗରେ କିଛି କହି ନାହାନ୍ତି।

ଅନ୍ୟପକ୍ଷରେ ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ପ୍ରମୋଦ ପାତ୍ର ଓରଫ ଭୁଆଁର ତିନିଟି ବ୍ୟାଙ୍କ ଆକାଉଣ୍ଟକୁ ଆଜି ସିଜ୍ କରିଛି କମିଶନରେଟ୍ ପୋଲିସ୍। କଟକର ବାଦାମବାଡ଼ି ସ୍ଥିତ ଆକ୍ସିସ୍ ବ୍ୟାଙ୍କରେ ତା’ର ଏହି ତିନିଟି ଯାକ ଏକାଉଣ୍ଟ ରହିଛି। ଏଥିରୁ ପୋଲିସ୍ ୪୬ ଲକ୍ଷ ଟଙ୍କା ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos