ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

phulbanee

ଫୁଲବାଣୀ: ଗତ ବର୍ଷ ଏପ୍ରିଲ୍ ମାସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ୍ ଦ୍ୱାରା ଗିରଫ ସୁକ ପରିଡ଼ା ଓ କିଶୋର ଚନ୍ଦ୍ର ବାରିକଙ୍କୁ ଆଜି ଫୁଲବାଣୀ କୋର୍ଟ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ମଧ୍ୟ କୁହାଯାଇଛି। ଜୋରିମାନା ନ ଦେଲେ ସେମାନଙ୍କୁ ଅଧିକ ୧ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଦେଇଛନ୍ତି।

ଦୋଷୀ ଦ୍ୱୟ ନୟାଗଡ଼ ଜିଲ୍ଲାର। ଏକ ବାଇକ୍‌ରେ ଗଞ୍ଜେଇ ଚାଲାଣ କରିବା ବେଳେ ସେମାନଙ୍କୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଛକରୁ ଗିରଫ କରାଯାଇଥିଲା।

Previous ArticleNext Article

Send this to a friend