କଟକ: ଫିଲ୍ମ ପ୍ରଯୋଜକଙ୍କ ଘରୁ ଲୁଟ୍ ଘଟଣାର ତଦନ୍ତ ପାଇଁ ୩ଟି ଟିମ୍ ଗଠିତ

କଟକ: କଟକର ମଧୁପାଟଣାରେ ଚଳଚିତ୍ର ପ୍ରଯୋଜକଙ୍କ ଘରୁ ଲୁଟ୍ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ତିନିଟି ଟିମ୍ କରାଯାଇଛି। କଟକ ଡିସିପି ଏହି ସୂଚନା ଦେଇଛନ୍ତି। ଏହି ଟିମଗୁଡ଼ିକ ଭିନ୍ନ ଭିନ୍ନ ସ୍ଥାନରେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହ ଅନୁସନ୍ଧାନ ଚଲାଇଛନ୍ତି। ଘଟଣାରେ ପୋଲିସକୁ କିଛି ସୁରାକ୍ ମିଳିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କମିଶନରେଟ୍ ପୋଲିସ୍ କହିଛି। ଗତକାଲି ଚଳଚ୍ଚିତ୍ର ପ୍ରଯୋଜକ ଯଶୋବନ୍ତ ଦେବତାଙ୍କ ମଧୁପାଟଣା ସ୍ଥିତ ଘରୁ ୨୦ରୁ ୨୫ ଭରି […]

athawani1

athawani1

Rakesh Mallick
  • Published: Monday, 20 July 2015
  • Updated: 20 July 2015, 08:20 AM IST

Sports

Latest News

କଟକ: କଟକର ମଧୁପାଟଣାରେ ଚଳଚିତ୍ର ପ୍ରଯୋଜକଙ୍କ ଘରୁ ଲୁଟ୍ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ତିନିଟି ଟିମ୍ କରାଯାଇଛି। କଟକ ଡିସିପି ଏହି ସୂଚନା ଦେଇଛନ୍ତି। ଏହି ଟିମଗୁଡ଼ିକ ଭିନ୍ନ ଭିନ୍ନ ସ୍ଥାନରେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ସହ ଅନୁସନ୍ଧାନ ଚଲାଇଛନ୍ତି। ଘଟଣାରେ ପୋଲିସକୁ କିଛି ସୁରାକ୍ ମିଳିଛି ଏବଂ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କମିଶନରେଟ୍ ପୋଲିସ୍ କହିଛି। ଗତକାଲି ଚଳଚ୍ଚିତ୍ର ପ୍ରଯୋଜକ ଯଶୋବନ୍ତ ଦେବତାଙ୍କ ମଧୁପାଟଣା ସ୍ଥିତ ଘରୁ ୨୦ରୁ ୨୫ ଭରି ସୁନା ଗହଣା ସହ ପ୍ରାୟ ୪ଲକ୍ଷ ଟଙ୍କ। ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ୬ରୁ ୭ ଜଣ ଲୋକ ତାଙ୍କ ଘରେ ପଶି ଯଶୋବନ୍ତ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ଦେଇ ଲୁଟପାଟ କରିଥିଲେ। ସମସ୍ତେ ତେଲୁଗୁରେ କଥା ହେଉଥିବା ବେଳେ ଜଣେ ହିନ୍ଦୀରେ କଥା ହେଉଥିବା ଯଶୋବନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos