କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପିକାମାନଙ୍କୁ ନିର୍ଯାତନା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପିକାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଉକ୍ତ କଲେଜର ଅଧ୍ୟାପକ ନିମାଇଁ ଚରଣ ପଟେଲ ଅଧ୍ୟାପିକାମାନଙ୍କୁ ଫୋନ୍‌ରେ ଧମକ ଦେବା ସହିତ ଇ-ମେଲ୍‌ କରୁଛନ୍ତି। ଏ ସମ୍ପର୍କରେ ୪ ଅଧ୍ୟାପିକା କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପରେ ଅଧ୍ୟାପିକାମାନେ ପ୍ରଶାସନର ଦ୍ୱାରସ୍ଥ ହେବାରୁ ସମାଜମଙ୍ଗଲ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ଅଭିଯୋଗକାରୀ ଓ […]

keonjhar

keonjhar

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 09:01 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଅଧ୍ୟାପିକାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବିଳମ୍ୱିତ ରାତିରେ ଉକ୍ତ କଲେଜର ଅଧ୍ୟାପକ ନିମାଇଁ ଚରଣ ପଟେଲ ଅଧ୍ୟାପିକାମାନଙ୍କୁ ଫୋନ୍‌ରେ ଧମକ ଦେବା ସହିତ ଇ-ମେଲ୍‌ କରୁଛନ୍ତି। ଏ ସମ୍ପର୍କରେ ୪ ଅଧ୍ୟାପିକା କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପରେ ଅଧ୍ୟାପିକାମାନେ ପ୍ରଶାସନର ଦ୍ୱାରସ୍ଥ ହେବାରୁ ସମାଜମଙ୍ଗଲ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ଡାକି ପଚରାଉଚରା କରିଛନ୍ତି।

ଅଭିଯୋଗକାରୀ ଅଧ୍ୟାପିକା କୁହନ୍ତି,“ଏଚ୍‌ଓଡି ନିମାଇଁ ଚରଣ ପଟେଲ ବର୍ଷେ ଧରି ଆମକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଛନ୍ତି। ଏ ସମ୍ପର୍କରେ ଆମେ ରାଜ୍ୟ ମହିଳା କମିଶନର, ସ୍କିଲ ଡେଭଲପ୍‌ମେଣ୍ଟ ବିଭାଗ, ମାନବାଧିକାର କମିଶନ ପାଖରେ ଅଭିଯୋଗ କରିଛୁ। ମାତ୍ର କିଛି ସୁଫଳ ମିଳିନି। ଅନ୍ୟପକ୍ଷରେ ଆମ ଉପରେ ଅଧ୍ୟାପକଙ୍କ ନିର୍ଯାତନା ବଢ଼ି ଚାଲିଛି। ଏବେ କଲେଜକୁ ଯିବାକୁ ଭୟ ଲାଗୁଛି।”

ସେ କହିଛନ୍ତି,“ସବୁବେଳେ ବ୍ୟକ୍ତିଗତ ଭାବେ ଆମକୁ ଘରକୁ ଡାକନ୍ତି। ନଗଲେ ଆମ ବିରୋଧରେ ଅଧ୍ୟକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରୁଥିଲେ। କିଛି କାମ ନଥିବା ସତ୍ତ୍ୱେ ରାତି ସାଢ଼େ ୧୨ଟାରେ ମେଲ କରି କହିବେ ସକାଳ ୮ଟା ସୁଦ୍ଧା ସବୁ କାମ କରି ଦିଅ।”

ନିମାଇଁ ଚରଣ ପଟେଲ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଅଧ୍ୟାପିକାମାନଙ୍କ ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ଘଟଣାର ତଦନ୍ତ ଚାଲିଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos