ଯୁବକକୁ ପଥରରେ ଛେଚି ହତ୍ୟା!

keonjhar police arrest

କେନ୍ଦୁଝର: କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜନାର୍ଦନପୁର ସାହିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଶିରିପୁର ଗାଁର ବାବୁଲି ମୁର୍ମୁଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତିରେ ନିତ୍ୟାନନ୍ଦ ନାଏକ ମଦ ପିଇ ଶିରିପୁର ଗାଁର ଏକ ନାଳରେ ପଡ଼ି ଯାଇଥିଲେ। ହୋସ୍‌ ଫେରିବା ପରେ ନିଶାସକ୍ତ ଅବସ୍ଥାରେ ଉକ୍ତ ଗାଁ ଜଣଙ୍କ ବାରଣ୍ଡାରେ ବସି ପରିବାର ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲା। ଏଥିରେ ବାବୁଲି ଉତ୍‌କ୍ଷିପ୍ତ ହୋଇ ଏକ ପଥରରେ ନିତ୍ୟାନନ୍ଦଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

SHARE THIS

RELATED ARTICLES

LEAVE COMMENT