ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ହତ୍ୟା ମାମଲା: ରାକେଶଙ୍କ ରିମାଣ୍ଡ ଅବଧି ସରିଲା

rakesh

ପାରାଦୀପ: ପାରାଦୀପ ସିୱେଜ ସିପିଂ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପାରାଦୀପ ଥାନାରୁ କୁଜଙ୍ଗ କୋର୍ଟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ  ସମାଗୋଳ ଜେଲକୁ ପଠାଇ ଦିଆଯାଇଥିଲା। ରାକେଶକୁ ପୁଣି ଥରେ ରିମାଣ୍ଡରେ ଆଣିବ ବୋଲି ପାରାଦୀପ ପୋଲିସ୍‌ କହିଛି।

ଗତ ୧୯ ତାରିଖରୁ ରାକେଶକୁ ୩ ଦିନିଆ ରିମାଣ୍ଡରେ ଆଣି ପୋଲିସ୍‌ ପଚରାଉଚରା କରୁଥିଲା। ଅନ୍ୟପକ୍ଷରେ ଜେଲରେ ଥିବା ବାପି ସର୍ଖେଲଙ୍କୁ ତାଙ୍କ ପତ୍ନୀ ମିନିଦୀପା ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ କୋର୍ଟରେ ଭେଟିଛନ୍ତି।  ମିନିଦୀପାଙ୍କ ସହ ଶହ ଶହ କର୍ମୀ ଯାଇଥିଲେ।

Previous ArticleNext Article

Send this to a friend