କୁଲଡିହା ଅଭୟାରଣ୍ୟରେ ଚାଲିଥିବା ବେଆଇନ ଖାଦାନ ଉପରେ ଭିଜିଲାନ୍ସ ଚଢାଉ

frh-at-kuldiha-sanctuary

ବାଲେଶ୍ୱର: ନୀଳଗିରି ଉପଖଣ୍ଡରେ ଥିବା କୁଲଡିହା ଅଭୟାରଣ୍ୟ ଭିତରେ ବେଆଇନ ଖାଦାନ ଖୋଲା ଚାଲିଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏ ଅଞ୍ଚଳରେ ୪ରୁ ୫ଟି ବେଆଇନ ପଥର ଖାଦାନ ଚାଲିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ରାସ୍ତାରେ ପରିମିଟ୍‌ ନ ପାଇ ଚଳାଚଳ କରୁଥିବା ଟ୍ରକ୍‌ ଜବତ କରାଯାଇ ରେଞ୍ଜକୁ ଅଣାଯାଇଛି।

ଭିଜିଲାନ୍ସ ଡିଏସ୍‌ପି କହିଛନ୍ତି, କାଗଜପତ୍ର ଦେଖାଇଲେ ଗାଡି ଛଡାଯିବ ନ ହେଲେ ଆଇନ ଅନୁସାସରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Previous ArticleNext Article

Send this to a friend