କଳାହାଣ୍ଡିରେ ମାତିଲେ ମାଓବାଦୀ, ତିନି ଜଣଙ୍କୁ ଉଠାଇନେଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ। ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଥୁଆମୂଳ-ରାମପୁର ଥାନା ନର୍ଲାପାଟ ଗାଁର ତିନି ଜଣଙ୍କୁ ମାଓବାଦୀମାନେ ଅପହରଣ କରିବା ସହିତ ଗୋଟିଏ ବାଇକ ପୋଡ଼ି ଦେଇଛନ୍ତି। ଅପହୃତ ହୋଇଥିବା ତିନି ଗ୍ରାମବାସୀ ହେଲେ ହରି ପ୍ରଧାନୀ, ବନମାଳି ନାଏକ ଓ ସୁନର୍ଶନ ନାଏକ। ୧୫ରୁ ୨୦ ଜଣ ମାଓବାଦୀ ଆସି ସେମାନଙ୍କୁ ଅପହରଣ କରିନେଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ବ୍ରିଜେଶ ରାୟ।

 

Previous ArticleNext Article