ନୟାଗଡ଼: ଘରୋଇ ନର୍ସିଂ ସ୍କୁଲ ମାଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ନୟାଗଡ଼: ଏକ ଘରୋଇ ନର୍ସିଂ ସ୍କୁଲର ମାଲିକଙ୍କ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ। ଏପରି ଅଭିଯୋଗ ଆସିଛି ନୟାଗଡ଼ ସହରରେ ଥିବା କୁନ୍ତଳାଦେବୀ ସ୍କୁଲ ଅଫ ନର୍ସିଂର ମାଲିକ ତଥା ଡାଇରେକ୍ଟର ଗୋପାଳ ବିଶ୍ୱାଳଙ୍କ ବିରୋଧରେ। ପୋଲିସ ଏକ ମାମଲାର ରୁଜୁ କରି ଗୋପାଳଙ୍କୁ ଗିରିଫ କରିଛି। ଅଭିଯୋଗ ଅନୁସାରେ ଗୋପାଳ ଜଣେ ଏଏନ୍‌ଏମ୍‌ ଛାତ୍ରୀ (ନାବାଳିକା)ଙ୍କୁ ହଷ୍ଟେଲରୁ ନିଜ ରୁମ୍‌କୁ ଡାକିଥିଲେ। ଛାତ୍ରୀ ଜଣଙ୍କ ଏକା ନ ଯାଇ ଜଣେ ସହପାଠୀଙ୍କ ସହ ଗୋପାଳଙ୍କ ରୁମ୍‌କୁ […]

nayagarh

nayagarh

Rakesh Mallick
  • Published: Friday, 16 December 2016
  • Updated: 16 December 2016, 04:09 PM IST

Sports

Latest News

ନୟାଗଡ଼: ଏକ ଘରୋଇ ନର୍ସିଂ ସ୍କୁଲର ମାଲିକଙ୍କ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ। ଏପରି ଅଭିଯୋଗ ଆସିଛି ନୟାଗଡ଼ ସହରରେ ଥିବା କୁନ୍ତଳାଦେବୀ ସ୍କୁଲ ଅଫ ନର୍ସିଂର ମାଲିକ ତଥା ଡାଇରେକ୍ଟର ଗୋପାଳ ବିଶ୍ୱାଳଙ୍କ ବିରୋଧରେ। ପୋଲିସ ଏକ ମାମଲାର ରୁଜୁ କରି ଗୋପାଳଙ୍କୁ ଗିରିଫ କରିଛି।

ଅଭିଯୋଗ ଅନୁସାରେ ଗୋପାଳ ଜଣେ ଏଏନ୍‌ଏମ୍‌ ଛାତ୍ରୀ (ନାବାଳିକା)ଙ୍କୁ ହଷ୍ଟେଲରୁ ନିଜ ରୁମ୍‌କୁ ଡାକିଥିଲେ। ଛାତ୍ରୀ ଜଣଙ୍କ ଏକା ନ ଯାଇ ଜଣେ ସହପାଠୀଙ୍କ ସହ ଗୋପାଳଙ୍କ ରୁମ୍‌କୁ ଯାଇଥିଲେ। ସେଠାରେ ଗୋପାଳ ତାଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ଗୋପାଳଙ୍କୁ ପଚରାଉଚରା କରିବା ସହ ଦୁଇ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି।

ଏହି ଘଟଣା ପ୍ରଘଟ ହେବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ନେବାକୁ ଛାତ୍ରୀଙ୍କ ଅଭିଭାବକ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos