ପାରଳାଖେମୁଣ୍ଡିରେ ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଶାଶୂ, ଶ୍ୱଶୁର, ଦିଅର ଓ ନଣନ୍ଦଙ୍କ ନାଁରେ ହତ୍ୟା ଅଭିଯୋଗ

parala-khemundi-police-station

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପାରିବାରିକା କଳହକୁ ନେଇ ଗିରିଜା ବେହେରା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ଶାଶୂ, ଶ୍ୱଶୁର, ଦିଅର ଓ ନଣଦ ନିଆଁ ଲଗାଇ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗିରିଜାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଭେଙ୍କଟ ବେହେରା ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବିଶାଖାପାଟଣାମ୍ ସ୍ଥାନାନ୍ତର କରାଯାଇଛି।

ଗତ ୨୬ ତାରିଖରେ ପାରଳାଖେମୁଣ୍ଡିର ଗାଙ୍ଗୁଲିବାରୀ ସାହିରେ ରହୁଥିବା ଗିରିଜା ଓ ତାଙ୍କ ସ୍ୱାମୀ ଭେଙ୍କଟ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ପ୍ରସାରିତ ହୋଇଥିଲେ। ଖବର ପାଇବା ମାତ୍ରେ କିଛି ସ୍ଥାନୀୟ ଲୋକ ଉଭୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଗିରିଜା ଆଖି ବୁଜି ଥିଲେ। ଭେଙ୍କଟଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାମ୍ ସ୍ଥାନାନ୍ତର କରାଯାଇଛି।

ତେବେ ଏହା ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ଅଭିଯୋଗ କରିଛନ୍ତି ଗିରିଜାଙ୍କ ପରିବାର ଲୋକେ। ଏନେଇ ସେମାନେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Previous ArticleNext Article

Send this to a friend