ରାଜଧାନୀରେ ସେକ୍ସ ରାକେଟ୍‌ ଠାବ

sex

ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଆଚାର୍ଯ୍ୟ ବିହାର ଅଞ୍ଚଳର ଏକ ଭଡ଼ାଘରୁ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏହି ରାକେଟ୍‌କୁ ଠାବ କରିଛି। ଘଟଣାସ୍ଥଳରୁ ପୋଲିସ କିଙ୍ଗପିନ୍‌ ସହ ୪ ଜଣ ଯୁବତୀ ଏବଂ ଜଣେ ଗ୍ରାହକଙ୍କୁ ଧରିଛି।

ଉକ୍ତ ଭଡ଼ା ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ ଯୋଜନାବଦ୍ଧ ଭାବେ ଚଢାଉ କରି ରୂପଜୀବୀ ଓ ଗ୍ରାହକଙ୍କୁ ଧରିଥିଲା।

Previous ArticleNext Article

Send this to a friend