ସୁରବାବା ପ୍ରସଙ୍ଗ: ତଦନ୍ତ ପାଇଁ ନେପାଳ ଯିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର/କଟକ: ସୁରେନ୍ଦ୍ର ମିଶ୍ରଙ୍କ ବିଶାଳ ସାମ୍ରାଜ୍ୟ ନେଇ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ତେବେ ବିଦେଶରେ ଥିବା ତାଙ୍କ ସମ୍ପତ୍ତି ଓ ବିଭିନ୍ନ ଲିଙ୍କର ତଦନ୍ତ ଏବେ ପାଲଟିଛି ବଡ଼ ଚ୍ୟାଲେଞ୍ଜ। କେନ୍ଦ୍ର ସରକାରଙ୍କ ମାଧ୍ୟମରେ ହିଁ ନେପାଳ ଯାଇ ତଦନ୍ତ କରିପାରିବ କ୍ରାଇମବ୍ରାଞ୍ଚ। ଏଭଳି ସ୍ଥିତିରେ ସିବିଆଇ କି ଇଣ୍ଟରପୋଲର ସହାୟତା ନେଇ ପାରେ କ୍ରାଇମବ୍ରାଞ୍ଚ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ବିଦେଶ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚର […]

suraandsons

suraandsons

Rakesh Mallick
  • Published: Sunday, 06 September 2015
  • Updated: 07 September 2015, 03:44 AM IST

Sports

Latest News

suraଭୁବନେଶ୍ୱର/କଟକ: ସୁରେନ୍ଦ୍ର ମିଶ୍ରଙ୍କ ବିଶାଳ ସାମ୍ରାଜ୍ୟ ନେଇ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ତେବେ ବିଦେଶରେ ଥିବା ତାଙ୍କ ସମ୍ପତ୍ତି ଓ ବିଭିନ୍ନ ଲିଙ୍କର ତଦନ୍ତ ଏବେ ପାଲଟିଛି ବଡ଼ ଚ୍ୟାଲେଞ୍ଜ। କେନ୍ଦ୍ର ସରକାରଙ୍କ ମାଧ୍ୟମରେ ହିଁ ନେପାଳ ଯାଇ ତଦନ୍ତ କରିପାରିବ କ୍ରାଇମବ୍ରାଞ୍ଚ। ଏଭଳି ସ୍ଥିତିରେ ସିବିଆଇ କି ଇଣ୍ଟରପୋଲର ସହାୟତା ନେଇ ପାରେ କ୍ରାଇମବ୍ରାଞ୍ଚ। ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ବିଦେଶ ଲିଙ୍କ୍ ନେଇ କ୍ରାଇମବ୍ରାଞ୍ଚର ତନାଘନା ପରେ ଏବେ ସୁରବାବାଙ୍କ ନେପାଳ ଆଶ୍ରମ ଉପରେ ଫେ।କସ କରିଛି କ୍ରାଇମବ୍ରାଞ୍ଚ।

ସୁରବାବାଙ୍କ ନାମରେ ନେପାଳରେ ବି ଜମି କାରବାର ନେଇ ଅଭିଯୋଗ ହୋଇଛି। ନେପାଳ ଯାଇ ତଥ୍ୟ ସଂଗ୍ରହ କରିବା କ୍ରାଇମବ୍ରାଞ୍ଚକୁ ପାଇଁ ସହଜ ହେବା ପରି ମନେହେଉନାହିଁ । ସେଠାକୁ ଯିବାକୁ ହେଲେ ଆଇନ ଅନୁସାରେ ପ୍ରଥମେ କୋର୍ଟରୁ ୱାରେଣ୍ଟ ନେବାକୁ ପଡିବ। ୱାରେଣ୍ଟ ଯିବ କେନ୍ଦ୍ର ସରକାରଙ୍କ ପାଖକୁ। କେନ୍ଦ୍ର ସରକାର ନେପାଳ କୋର୍ଟଙ୍କୁ ଏ ସମ୍ପର୍କରେ ଅବଗତ କରିବେ। ତା’ପରେ କୋର୍ଟରେ ଶୁଣାଣି ହେବ। ପୁରା ପ୍ରକ୍ରିୟା ସହଜ ନ ହେଲେ ବି ସମ୍ଭବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ। ତେବେ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ହିଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆଗକୁ ବଢାଇ ପାରିବ। ତେବେ ପ୍ରଶ୍ନ ହେଉଛି କ୍ରାଇମବ୍ରାଞ୍ଚ ଏସବୁ କରିପାରିବ ନା ସିବିଆଇ କି ଇଣ୍ଟରପୋଲର ସହାୟତା ନେବ।

ଅନ୍ୟପକ୍ଷରେ ସୁରେନ୍ଦ୍ର ମିଶ୍ରଙ୍କ ବିହାର ଲିଙ୍କ୍ ବି ଏବେ ଚର୍ଚ୍ଚାରେ ରହିଛି। ବିହାରର ସମସ୍ତିପୁର ଓ ଭାଗଲପୁରରେ ତ୍ରାହି ଅଚ୍ୟୁତ ଆଶ୍ରମ ରହିଛି। ଅଗଷ୍ଟ ୧୮ ତାରିଖରେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ ଅପରାଧୀଙ୍କୁ ବିହାର ପୋଲିସ ଗିରଫ କରିଥିଲା । ଏମାନଙ୍କ ନାଁରେ ଥିଲା ହତ୍ୟା ଡକାୟତି ଭଳି ସଙ୍ଗୀନ ମାମଲା। ବିହାରରେ ଆଶ୍ରମ ସହିତ ଏ ଦୁଇ ଅପରାଧୀଙ୍କ ଲିଙ୍କ୍ ଥିଲା କି ନାହିଁ, ସୁରେନ୍ଦ୍ରଙ୍କ ସେମାନଙ୍କ ବିଷୟରେ ସବୁ ଜାଣି ବି ଆଶ୍ରୟ ଦେଇଥିଲେ କି, କ୍ରାଇମବ୍ରାଞ୍ଚ ଜେଲରେ ଥିବା ଦୁଇ ଅପରାଧୀଙ୍କୁ ପଚରାଉଚରା କରିବ କି ନାହିଁ ତାହା ଏବେ ଚର୍ଚ୍ଚା  ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos