ତୁରୁବୁଡ଼ିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

turubudi-murder

ବ୍ରହ୍ମପୁର: ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ନିକଟରେ ସୁମିତ୍ରା ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯିବା ଘଟଣାରେ ପୋଲିସ୍ ଅଭିଯୁକ୍ତ ସୀମାଞ୍ଚଳ ଅଧିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପରେ ପୋଲିସ୍ ସୀମାଞ୍ଚଳ ସମେତ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଥିଲା। ତେବେ ସୀମାଞ୍ଚଳ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ନିଜ ଘରେ ରଖିଥିବା କହିଥିଲା। ବାକି ଟଙ୍କ।କୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିଲା ଆଉ ଏହାକୁ ନେଇ  ସେ ସୁମିତ୍ରାଙ୍କୁ ହତ୍ୟା କରିଥିବା ପୋଲିସ୍‌କୁ କହିଥିଲା।

Previous ArticleNext Article

Send this to a friend