ଉମରକୋଟ: ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ri

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ତହସିଲ ଅନ୍ତର୍ଗତ  ବେହେଡ଼ା ଆରଆଇ ଲକ୍ଷ୍ମଣ ନାଏକ ଶୁକ୍ରବାର ଚାରି ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ୟୁଭି-୪ ନମ୍ୱର ଗାଁର ସୁବ୍ରତ ବିଶ୍ୱାସ ଜମିର ମ୍ୟୁଟେସନ୍ କରିବା ପାଇଁ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଏହି କାମ କରାଇ ଦେବା ପାଇଁ ସେ ସୁବ୍ରତଙ୍କୁ ଚାରି ହଜାର ଟଙ୍କା ମାଗିଥିଲେ। ଏନେଇ ସୁବ୍ରତ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଲକ୍ଷ୍ମଣ ଲାଞ୍ଚ ଟଙ୍କା ନେବା ବେଳେ  ନବରଙ୍ଗପୁର ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଗିରଫ କରିଥିଲେ।

Previous ArticleNext Article

Send this to a friend