ଭୁବନେଶ୍ୱର: ଏଜି ଛକରେ ଜବରଦଖଲ ଉଚ୍ଛେଦ ଆରମ୍ଭ; ମାଟିରେ ମିଶିଲା ଇନ୍ଦିରା ଇଂଲିଶ ମିଡିୟମ ସ୍କୁଲର କୋଠା, ନେହେରୁ ଯୁବ କେନ୍ଦ୍ରର କୋଠାକୁ ମଧ୍ୟ ଭଙ୍ଗା ଗଲା, ଉଚ୍ଛେଦ ସ୍ଥଳରେ ନିର୍ମାଣ ହେବ ‘ଭୁବନେଶ୍ୱର ଅର୍ବାନ ମ୍ୟୁଜିୟମ୍’

ବ୍ରହ୍ମପୁର: କୋଦଳା ଥାନା ପୁସ୍ତପୁର ଛକରେ ତୁଳସୀପୁର ଗ୍ରାମର ଆଲି ପଲେଇଙ୍କୁ ମରଣାନ୍ତକ ଆକ୍ରମଣ; ଗୁରୁତର ଅବସ୍ଥାରେ ବ୍ରହ୍ମପୁର #MKCG ରେ ଭର୍ତ୍ତି, ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି

ନବରଙ୍ଗପୁର: ଉମରକୋଟ ବ୍ଲକ ତୋରେଙ୍ଗା ପଞ୍ଚାୟତ ପୋନାରୋ ଗାଁରେ ଯୁବକଙ୍କ ତଣ୍ଟି କାଟିଦେଲେ ୨ ଦୁର୍ବୃତ୍ତ; ନବରଙ୍ଗପୁର ମେଡିକାଲରେ ଭର୍ତ୍ତି, ପରିବାର ଲୋକଙ୍କ ଅଭିଯୋଗ, ପିଲା ଚୋର ସନ୍ଦେହରେ ତଣ୍ଟି କାଟି ଦେଇଛନ୍ତି

ନୟାଗଡ: ଓଡ଼ଗାଁ ଥାନା ରଗଡ଼ିମଡ଼ାରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଚଢାଉ; ୩୦ କୁଇଣ୍ଟାଲ ଗଞ୍ଜେଇ ଗୁଣ୍ଡ ଜବତ, ୨ ଗିରଫ, ଜଣେ ମହିଳାଙ୍କ ଘର ଭିତରେ ଅଣ୍ଡର ଗ୍ରାଉଣ୍ଡ କରି ରଖାଯାଇଥିଲା ଗଞ୍ଜେଇ