ଅନୁଗୋଳ: ଆଠମଲ୍ଲିକ ବଜାର ଉପରୁ ଜଣେ ଲୁହା ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ; ୨ଟି ବାଇକ୍‌ରେ ୪ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟିନେଲେ, ଆଠମଲ୍ଲିକ ଥାନାରେ ଅଭିଯୋଗ, ପୋଲିସ୍‌ର ଛାନ୍‌ଭିନ୍

ପାଟକୁରା: ଆଜି ମଦ ଦୋକାନ ଖୋଲିବାରୁ ଅଙ୍ଗୁଳେଇରେ ଉତ୍ତେଜନା ଓ ମାରପିଟ୍‌; ମଦ ଦୋକାନ କର୍ମଚାରୀଙ୍କ ମାଡ଼ରେ ସରପଞ୍ଚଙ୍କ ସ୍ୱାମୀ ଆହତ, ପ୍ରତିବାଦରେ ୨ଟି ଗାଡ଼ି ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ; ଗଣ୍ଡଗୋଳ ଓ ମାରପିଟ୍‌ରେ ମୋଟ ୪ ଆହତ ସୂଚନା

ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟର ନା: ରାଜ୍ୟ ଗ୍ରହଣ କରିବନି ବୋଲି ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା; କହିଲେ-ଆୟୁଷ୍ମାନ ଭାରତରେ ୬୧ ଲକ୍ଷ ଲୋକଙ୍କୁ ସାମିଲ ପାଇଁ କହିଥିଲେ, ଏହାଦ୍ୱାରା ଆମର ୯ ଲକ୍ଷ ଲୋକ ଯୋଜନାରୁ ବଞ୍ଚିତ ହୋଇଥାନ୍ତେ, ସେମାନେ ସମସ୍ତଙ୍କୁ ସାମିଲ ପାଇଁ ମନା କଲେ, ଆମେ ଓହରିଲୁ

ରତ୍ନ ଭଣ୍ଡାର ଚାବି ମିଳିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ- ଲଫାପାରେ ଲେଖାଯାଇଛି ୮୫ ମସିହାରେ ବ୍ୟବହୃତ ଚାବି, ଚାବି ମିଳିବା ପରେ ଅନେକ ପ୍ରଶ୍ନ, ଅନେକ ସନ୍ଦେହ ସୃଷ୍ଟି ହୋଇଛି, କେଉଁଠି ଥିଲା, ପ୍ରକୃତ କଥା କ’ଣ କମିଶନ ତଦନ୍ତ କରି କହିବେ, କମିଶନଙ୍କ ରିପୋର୍ଟ ମିଳିବା ପରେ ସବୁ ସନ୍ଦେହ ଦୂର ହେବ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ଦାବି କଲେ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ CSRରୁ ଅର୍ଥ ବ୍ୟବସ୍ଥା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଦ୍ୱାରା ବହୁ ଜନହିତ କାର୍ଯ୍ୟ କରାଯାଉଛି