ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ନାବାଳକ ମୃତ, ୨୦ ଆହତ

baripada

ବାରିପଦା: ବଡସାହି-ମାଣତ୍ରୀ ରାସ୍ତାର ମୁଷାଗଡିଆ ଛକରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ  ହୋଇଛନ୍ତି । ଆହାତ ମାନଙ୍କୁ  ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି।

ବଡସାହି ଦେଉଳିଆ ଗାଁ ଆଦିବାସୀ ସାହି ଲୋକେ ଏକ ବାହାଘରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣ ପରେ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ୍‌ ବିଳମ୍ବରେ ପହଞ୍ଚିବାକୁ ନେଇ କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Previous ArticleNext Article

Send this to a friend