ବାଲେଶ୍ୱର: ଆକ୍ରମଣ ଅଭିଯୋଗରେ ୪ ଗିରଫ

balasore

ବାଲେଶ୍ୱର: ବାଲେଶ୍ୱର ସହର ଦରଘା ପଡ଼ିଆରେ ସଫି ଉଲ୍ଲାଙ୍କୁ ଗତ ୮ ତାରିଖରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଟାଉନ୍‌ ଥାନା ପୋଲିସ୍‌ ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ପୋଲିସ୍‌ ଦୁଇଟି କଟୁରି, ଗୋଟିଏ ଷ୍ଟିଲ୍‌ ପାଇପ୍‌ ଓ ଗୋଟିଏ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ତୁଳସୀପଦାର ଗୋପାଳ ଦଳେଇ, ସିକୁନ ମାଝି, ଇସାଣି ଗାଁର ରତିକାନ୍ତ ବେହେରା ଓ ମଦନ ଦାସ।

ଜମିବାଡ଼ି ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

Previous ArticleNext Article

Send this to a friend