ନିଆଁ ଆଁରେ ଅଧା ଗାଁ; ପାଉଁଶ ହୋଇଗଲା ୨୦ ବଖରା ଘର

fire

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ବେହେରାପାଲି ଗାଁରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୧୭ ପରିବାର ୨୦ ବଖରା ଘର ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଧାନ, ଚାଉଳ ସମେତ ସମସ୍ତ ଆସବାବପତ୍ର ପୋଡି ଯାଇଛି। ଖବର ପାଇ ଆମ୍ୱାଭୋନା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ଘଟଣାସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ଓ ଆମ୍ୱୋଭୋନା ବିଡିଓ ଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

Previous ArticleNext Article

Send this to a friend