‘ସତ୍ୟମହିମା ବ୍ରହ୍ମଦୂତ’ ବସ୍‌ ଓଲଟି ପଡ଼ିଲା; ୧୨ ଆହତ

bhadrak bus accident

ଭଦ୍ରକ: ଭଦ୍ରକ ଜିଲ୍ଲା ବାଲିମୁଣ୍ଡା ନିକଟରେ ଘଟିଥିବା ବସ୍ ଦୁର୍ଘଟଣାରେ ୧୨ଜଣ ଆହତ ହୋଇଛନ୍ତି। ‘ସତ୍ୟମହିମା ବ୍ରହ୍ମଦୂତ’ ନାମକ ଯାତ୍ରୀବାହୀ ବସ୍ ବାସୁଦେବପୁରର ଧାମରା ଯାଉଥିବାବେଳେ ବାଲିମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସ୍‌ରେ ୪୦ଜଣ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ୩ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Previous ArticleNext Article