ଭଦ୍ରକରେ ଜିଲ୍ଲାସ୍ତରୀୟ ଇଂଜିନିୟରସ୍ ଡେ ପାଳିତ

ଭଦ୍ରକ: ଭଦ୍ରକରେ ଜିଲ୍ଲାସ୍ତରୀୟ ଇଂଜିନିୟରସ କମିଟି ପକ୍ଷରୁ ୪୮ତମ ଇଂଜିନିୟରସ ଡେ ଓ ସୁନାମଧନ୍ୟ ବିଶେଶ୍ୱରାୟଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବାଇପାସସ୍ଥିତ ଓଡିଶା ଭବନ ପରିସରରେ ଇଂଜିନିୟର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ଇଂ. ଚନ୍ଦ୍ରଶେଖର ଦାସବର୍ମା ମୁଖ୍ୟଅତିଥି, ଓଡିଶା ସାହିତ୍ୟି ଏକାଡେମୀର ସଦସ୍ୟ ଇଂ. ଅଭୟ ସୂତାର ମୁଖ୍ୟବକ୍ତା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନମୋହନ […]

bhadrak

bhadrak

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 04:16 PM IST

Sports

Latest News

bhadrakଭଦ୍ରକ: ଭଦ୍ରକରେ ଜିଲ୍ଲାସ୍ତରୀୟ ଇଂଜିନିୟରସ କମିଟି ପକ୍ଷରୁ ୪୮ତମ ଇଂଜିନିୟରସ ଡେ ଓ ସୁନାମଧନ୍ୟ ବିଶେଶ୍ୱରାୟଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବାଇପାସସ୍ଥିତ ଓଡିଶା ଭବନ ପରିସରରେ ଇଂଜିନିୟର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ବିଶିଷ୍ଟ ସମାଜସେବୀ ଇଂ. ଚନ୍ଦ୍ରଶେଖର ଦାସବର୍ମା ମୁଖ୍ୟଅତିଥି, ଓଡିଶା ସାହିତ୍ୟି ଏକାଡେମୀର ସଦସ୍ୟ ଇଂ. ଅଭୟ ସୂତାର ମୁଖ୍ୟବକ୍ତା, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ମନମୋହନ ମହନ୍ତ, ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀଯନ୍ତ୍ରୀ ବିଜୟ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଇଂ. କମଳା ବେହେରା ଅତିଥି ପରିଚୟ ଏବଂ ଜିଲ୍ଲା ଇଂଜିନିୟର ସଂଘ ସଭାପତି ଶ୍ରୀନିବାସୀ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ଜିଲ୍ଲାର ସବୁ ବିଭାଗର କାର୍ଯ୍ୟରତ ଇଂଜିନିୟରମାନେ ଯୋଗଦେଇଥିଲେ। ଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos