ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ଅଣଛାତ୍ରଙ୍କ ଗଣ୍ଡଗୋଳ

bramhapur

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗତକାଲି ରାତିରେ କିଛି ଅଣଛାତ୍ର ଧସେଇ ପଶି ଗଣ୍ଡଗୋଳ କରିଛନ୍ତି। ଅଣଛାତ୍ରମାନେ କ୍ରୀଡା ସଂସଦ ସମ୍ପାଦକ ପଦ୍ମସେନ ମହାନନ୍ଦିଆ ଏବଂ ସହ ସମ୍ପାଦକଙ୍କୁ ଅଣଛାତ୍ରମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଋଷିକୁଲ୍ୟା ହଷ୍ଟେଲରେ ପଶି ସେମାନେ ଆକ୍ରମଣ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ।

ଆକ୍ରମଣକାରୀ ଦୁଇ ନମ୍ବର ହଷ୍ଟେଲରେ ରହୁଥିବା ବେଳେ ସେମାନେ ଅଣଛାତ୍ର ବୋଲି ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।

Previous ArticleNext Article

Send this to a friend