ରାୟଗଡ଼ାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଗୁହାପୁନମ ତାପସ

guhapunam

guhapunamରାୟଗଡ଼ା: ରାୟଗଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇଏଏସ୍ ଅଫିସର ଗୁହାପୁନମ ତାପସ କୁମାର। ସେ ଦିନ ୧୧ଟା ବେଳେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ବେହେରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ଗୁହାପୁନମ କହିଥିଲେ ଯେ ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନକୁ ଅଧିକ ପ୍ରାଧାନ୍ୟ ଦେଇ କାମ କରିବେ। ରାୟଗଡ଼ା ଏକ ମ୍ୟାଲେରିଆ ଓ ଡାଇରିଆ ପ୍ରବଣ ଜିଲ୍ଲା ହୋଇଥିବା ଯୋଗୁଁ ଲୋକଙ୍କୁ ଯେପରି ତ୍ୱରିତ ସ୍ୱାସ୍ଥ୍ୟସେବା ମିଳି ପାରିବ ସେ ଦିଗରେ ସେ ଉଦ୍ୟମ କରିବେ ବୋଲି କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଦ୍ୱାରା ଜିଲ୍ଲାବାସୀ କିଭଳି ଉପକୃତ ହେବେ ସେ ଦିଗରେ ବି ଚେଷ୍ଟା କରିବେ ବୋଲି ନୂଆ ଜିଲ୍ଲାପାଳ କହିଥିଲେ।

Previous ArticleNext Article

Send this to a friend